ବାଇଗୁଣିଆ ଟି-୨୦ ଟୁର୍ଣ୍ଣାମେଣ୍ଟ ଦ୍ଵିତୀୟ ଲିଗରେ ସେମିରେ ବାଇଗୁଣିଆ ଟିମ୍ ।

ଅକ୍ଷର ବ୍ୟୁରୋ: ଭାପୁର ବ୍ଲକ ବାଇଗୁଣିଆ କ୍ରିକେଟ କ୍ଳବ ପକ୍ଷରୁ ଚାଲିଥିବା ୨୩ତମ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ଲିଗ ଅନୁଷ୍ଠିତ ହୋଇଯାଇଛି । ବାଇଗୁଣିଆ ଗ୍ରାମସ୍ଥିତ ଖେଳ ପଡିଆରେ ଚାଲିଥିବା ଦ୍ଵିତୀୟ ଲିଗ ମ୍ୟାଚଟି ବିସିସି କ୍ରିକେଟ ଟିମ୍ ବାଇଗୁଣିଆ ଓ ଯୋସ କ୍ଲବ କୁଞ୍ଜବନ ପ୍ରସାଦ କ୍ରିକେଟ ଟିମ୍ ମଧ୍ୟରେ ଆୟୋଜିତ ହୋଇଥିଲା । ବିସିସି ବାଇଗୁଣିଆ କ୍ରିକେଟ ଟିମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୩୭ ରନ୍ ଟାର୍ଗେଟ୍ ରଖିଥିଲା । ୧୩୭ ଜବାବରେ ଯୋସ କ୍ଲବ କୁଞ୍ଜବନ ପ୍ରସାଦ କ୍ରିକେଟ ଟିମ୍ ୧୮ ଓଭରରେ ସମସ୍ତ ୱିକେଟ ହରାଇ ୯୭ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା । ଫଳରେ ବିସିସି ବାଇଗୁଣିଆ କ୍ରିକେଟ ଟିମ୍ ୪୦ ରନରେ ବିଜୟୀ ହୋଇଛି । ଏବଂ ଦ୍ଵିତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି । ବିଜୟୀ ଦଳର ଖେଳାଳୀ ରଞ୍ଜନ ଦାସଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚନା କରାଯାଇ ପୁରସ୍କୃତ କରାଯାଇଥିଲା । ଆଜିର ଖେଳକୁ ଜଗନ ରାଉତ ଓ ରୀଙ୍କୁ ବିଶୋଇ ପରିଚାଳନା କରିଥିବା ବେଳେ ସାଗର ସାହୁ ଧାରା ବିବରଣୀ ପ୍ରଦାନ କରିଥିଲେ । ସେହିପରି ସ୍କୋରର ଭାବେ ଦିବାକର ଦାଶ ଓ ସ୍ନେହସିଶ ଦାସ ଦାୟିତ୍ଵ ନିର୍ବାହ କରିଥିଲେ । ମୁଖ୍ୟ ଅତିଥ ଭାବେ ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ଓ ସମ୍ମାନିତ ଅତିଥି ଭାବେ ପଠାଣି ସାମନ୍ତ ମହା ବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ସର୍ବେଶ୍ୱର ମହାରଣା ଯୋଗ ଦେଇଥିଲେ । ବାଇଗୁଣିଆ କ୍ରିକେଟ କ୍ଲବର ସମସ୍ତ ସଦସ୍ୟ, ଗ୍ରାମବାସୀ ଆଜିର ମ୍ୟାଚରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)