କଳିଙ୍ଗା ଘାଟିରେ ପୁଣି ଭୟଙ୍କର ଭୂସ୍ଖଳନ; ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଖସିଲା ପଥର ।

ପୁଣି କନ୍ଧମାଳ କଳିଙ୍ଗା ଘାଟିରେ ଅଘଟଣ । ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଖସିଲା ପଥର । ପ୍ରବଳ ବର୍ଷା ହେତୁ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଛି । ଗତ ସପ୍ତାହରେ ଭୂସ୍ଖଳନ ପରେ ନିର୍ମାଣ କାର୍ଯ୍ୟ ଚାଲିଥିଲା । କନ୍ଧମାଳ ଓ ଗଞ୍ଜାମ ମଧ୍ୟରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି । ତେବେ ପୁଣି ଥରେ ପାହାଡ଼ରୁ ପ୍ରବଳ ବର୍ଷା ପାଣି ମାଡ଼ି ଆସିବାରୁ ମରାମତି କାମ ଧୋଇଯାଇଛି । ନିର୍ମାଣ ପାଇଁ ବ୍ୟବହାର ହେଉଥିବା ପଥର, ବାଲି ଓ ଗୋଡ଼ି ମଧ୍ୟ ପୂରା ଧୋଇ ହୋଇଯାଇଛି । ଗତ ସପ୍ତାହରେ ମଧ୍ୟ କଳିଙ୍ଗା ଘାଟିରେ ଭୟଙ୍କର ଭୂସ୍ଖଳନ ହୋଇଥିଲା । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)