ତଳପଡ଼ିଆ ସହ ଉପରପଡ଼ିଆରେ ମଧ୍ୟ ବାଲିଯାତ୍ରା; ଏନେଇ ଅନୁମତି ଦେଇଛନ୍ତି ଓଡିଶା ହାଇକୋର୍ଟ ।

ଅକ୍ଷର ବ୍ୟୁରୋ: ଉପର ପଡିଆରେ ଆୟୋଜିତ ହେବ ଐତିହାସିକ ବାଲିଯାତ୍ରା । ତଳପଡ଼ିଆ ସହ ଉପରପଡ଼ିଆରେ ମଧ୍ୟ ବାଲିଯାତ୍ରା ହେବ । ଉଭୟ ପଡ଼ିଆରେ ଗାଇଡ଼ଲାଇନ ଭିତ୍ତିରେ ହେବ ବାଲିଯାତ୍ରା । ଓଡିଶା ହାଇକୋର୍ଟ ଏନେଇ ଅନୁମତି ଦେଇଛନ୍ତି । ହାଇକୋର୍ଟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଛି ସତ୍ୟପାଠ । ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ । କିଛିଦିନ ତଳେ ଜିଲ୍ଲାପାଳଙ୍କ ଆବାସିକ ବାସଭବନରେ ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଗତକାଲି ହାଇକୋର୍ଟରେ ଏ ମାମଲାର ଶୁଣାଣି ହୋଇଛି । ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ବରିଷ୍ଠ ଆଇନଜୀବୀ ବିଭୂତି ଭୂଷଣ ଚୌଧୁରୀ କହିଛନ୍ତି, “କଟକ ସହରର ପରମ୍ପରା ଅନୁଯାୟୀ, ବାଲିଯାତ୍ରା ଉପର ଗ୍ରାଉଣ୍ଡରେ ଆରମ୍ଭ ହୁଏ ଏବଂ କୌଣସି ସ୍ଥାନରେ ହାଇକୋର୍ଟ କହି ନଥିଲେ ଯେ ବାଲିଯାତ୍ରା ଉପର ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ ନାହିଁ ।

ସେ ଆହୁରି କହିଛନ୍ତି, “ଉଚ୍ଚ ନ୍ୟାୟାଳୟ ଜିଲ୍ଲା ପ୍ରଶାସନକୁ ଶବ୍ଦ ପ୍ରଦୂଷଣ ରୋକିବା ଏବଂ ବ୍ୟବସାୟ କରିବା ପାଇଁ ମୁକ୍ତ ସ୍ଥାନ ବଣ୍ଟନ କରିବା ଏବଂ ପାନୀୟ ଜଳ ଯୋଗାଇବା ପାଇଁ ବିସ୍ତୃତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ, କୌଣସି ଦୋକାନ କିମ୍ବା ଷ୍ଟଲ ଦ୍ୱାରା ରାସ୍ତା ଅବରୋଧ ନହେବା ପାଇଁ ଉପଯୁକ୍ତ ଟ୍ରାଫିକ ପରିଚାଳନା ସୁନିଶ୍ଚିତ କରିବାକୁ ଡିସିପିଙ୍କୁ କହିଛନ୍ତି। ସେପଟେ ୨୬ ସେପ୍ଟେମ୍ବରରୁ ୦୯ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ ପଞ୍ଜିକରଣ ପାଇଁ ଆବେଦନ । ଜଣେ ବ୍ୟକ୍ତି ଓ ଅନୁଷ୍ଠାନ ୩ ଟି ଲେଖାଁଏ ପ୍ଲଟ ପଞ୍ଜିକରଣ ପାଇଁ ଆବେଦନ କରିପାରିବେ । ୧୦୦ ଟଙ୍କା ଦେଇ ଫର୍ମ ନେଇ କରିପାରିବେ ଏହି ଆବେଦନ । cuttack.odisha.gov.in ୱେବସାଇଟରେ ଅଧିକ ବିବରଣୀ ପାଇପାରିବେ । ଖାଦ୍ୟ ପାଇଁ ଅଲଗା ଓ ଅନ୍ୟାନ୍ୟ ପାଇଁ ଅଲଗା ଅଲଗା ଆବେଦନ କରି ପାରିବେ ବ୍ୟକ୍ତି ଓ ଅନୁଷ୍ଠାନ । ଚଳିତ ବର୍ଷ ପ୍ଲଟ ପଞ୍ଜିକରଣ ୫ ହଜାର ଟଙ୍କା ରଖାଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)