ଉପର ପଡ଼ିଆରେ ବି ହେବ ବାଲିଯାତ୍ରା । ଏନେଇ କୋର୍ଟଙ୍କୁ ସତ୍ୟପାଠ ଦିଆଯିବ କହିଲେ ଜିଲ୍ଲାପାଳ । ରୂପରେଖ କ’ଣ ହେବ କୋର୍ଟଙ୍କୁ ଅବଗତ କରାଯିବ । ଲୋକପ୍ରତିନିଧିଙ୍କୁ ନେଇ ଜିଲ୍ଲାପାଳଙ୍କ ଆବାସିକ ବାସଭବନ ବୈଠକରେ ନିଷ୍ପତ୍ତି । ପୂର୍ବରୁ କେବଳ ତଳ ପଡ଼ିଆରେ ବାଲିଯାତ୍ରାକୁ ନେଇ ଉଠିଥିଲା ବିବାଦ । ଅଧିକାଂଶ ଦଳର ଲୋକ ପ୍ରତିନିଧି ପ୍ରଶାସନର ନିଷ୍ପତ୍ତିକୁ ବିରୋଧ କରିଥିଲେ । ଧରାପୃଷ୍ଠକୁ ଅବତରଣ କରିଛନ୍ତି ମାଆ ଦୁର୍ଗା । ଚଳଚଞ୍ଚଳ ପୁରପଲ୍ଲୀ । ଐତିହାସିକ ସହର ‘କଟକ’ ସହରରେ ଶାରଦୀୟ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ସରିଛି । କଟକ ଦୁର୍ଗାପୂଜା ପାଇଁ ମୁତୟନ ହେବେ ୧୨୨ ପ୍ଲାଟୁନ ଫୋର୍ସ । ୨ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମଧ୍ୟ ସୁରକ୍ଷା ପାଇଁ ମୁତୟନ ରହିବେ । ପୂଜା ପାଇଁ ସହରରେ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି ।
ମହିଳା ଓ ଶିଶୁଙ୍କ ସୁରକ୍ଷା ଉପରେ ବିଶେଷ ଧ୍ୟାନ ରହିବ । ସୁରକ୍ଷା ପାଇଁ CCTV ଓ ଡ୍ରୋନ୍ ର ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ । ୩୯ ଟି ଏଡ୍ ପୋଷ୍ଟ ରହିବ । ଟ୍ରାଫିକ ପାଇଁ ରହିବ ସ୍ଵତନ୍ତ୍ର ବ୍ୟବସ୍ଥା । ସହର ରେ ୩୫ ଟି ପାର୍କିଂ ପ୍ଲେସ ଚିହ୍ନଟ ହୋଇଛି । ନିରାପଦ ଏବଂ ସୁଗମ ଭାବେ ଦୁର୍ଗାପୂଜା ପାଳନ ସୁନିଶ୍ଚିତ କରିବା ପାଇଁ ସାଂସ୍କୃତିକ ପରମ୍ପରା, ସୁରକ୍ଷା ନିୟମ ଏବଂ ଟ୍ରାଫିକ୍ ପରିଚାଳନାକୁ ବିଚାରକୁ ନେଇ ଜିଲ୍ଲାପାଳଙ୍କ ମାନକ କାର୍ଯ୍ୟ ପଦ୍ଧତି କରାଯାଇଛି । ପେଣ୍ଡାଲ ଏବଂ ଶୋଭାଯାତ୍ରା ରାସ୍ତାରେ ତାର/କେବୁଲର କୌଣସି ବାଧା ଯେପରି ସୃଷ୍ଟି ନ ହୁଏ କିମ୍ବା ତାର ଝୁଲି ନ ପଡେ ତାହା ସୁନିଶ୍ଚିତ କରିବାକୁ ସମସ୍ତ କେବୁଲ ଅପରେଟରମାନଙ୍କୁ କୁହାଯାଇଛି ।












Leave a Reply