ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ମିଳିଛି ବଡ ସୁରାଗ; ୫୦ରୁ ଅଧିକ ଲୋକଙ୍କୁ ପଚରାଉଚରା କରିଛି ବ୍ରହ୍ମପୁର ଏସପି ।

ଅକ୍ଷର ବ୍ୟୁରୋ: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ବ୍ରହ୍ମପୁର ପୁଲିସ ହାତରେ ଲାଗିଛି ବଡ଼ ସୁରାଗ । ଆଜି ସାମ୍ୱାଦିକ ସମ୍ମିଳନୀ କରି ପୂରା ଘଟଣା ତଦନ୍ତ ପ୍ରକ୍ରିୟା ସଂପର୍କରେ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି । ସେ କହିଛନ୍ତି, ଏବେ ଘଟଣାର ତଦନ୍ତ ଚାଲିଛି । ମିଳିଥିବା ଖୋକାକୁ ପରୀକ୍ଷା ପାଇଁ ପଠାଯାଇଛି । ସାଇଣ୍ଟିଫିକ୍‌ ଟିମ୍‌ର ରିପୋର୍ଟ ମଧ୍ୟ ପୁଲିସର ହସ୍ତଗତ ହୋଇସାରିଛି । ସେପଟେ ସିସିଟିଭି ଫୁଟେଜରୁ ଅନେକ ତଥ୍ୟ ପୁଲିସ ହାତରେ ଲାଗିଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି । ବର୍ତ୍ତମାନ ସୁଦ୍ଧା ୫୦ରୁ ଅଧିକ ଲୋକଙ୍କୁ ପଚରାଉଚରା କରାଯାଇଛି । ଆଜି ମଧ୍ୟ ୫ରୁ ୬ ଜଣ ଲୋକଙ୍କୁ ଡାକି ପଚରାଉଚରା କରାଯାଇଛି । ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ସଂପୃକ୍ତି ନେଇ କିଛି ଲୋକଙ୍କୁ ପୁଲିସ ସନ୍ଦେହ କରୁଥିବା ଏସପି ସ୍ପଷ୍ଟ କରିଛନ୍ତି । ତେବେ ତଦନ୍ତ ପ୍ରକ୍ରିୟା ବାଧାପ୍ରାପ୍ତ ହେବା ଆଶଙ୍କାରେ ନାମ କହିନାହାନ୍ତି । ଘଟଣା ସମ୍ପର୍କରେ ଖୁବଶୀଘ୍ର ସତ ସାମ୍ନାକୁ ଆସିବ ବୋଲି ଏସପି କହିଛନ୍ତି । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)