ନକଲି ବିଦେଶୀ ମଦ ଚାଲଣାକୁ ଜବତ କରିଛି ଅବକାରୀ ଗୁଇଁନ୍ଦା ବିଭାଗ ।

ପୁଣି ରାଜ୍ୟରେ ନକଲି ବିଦେଶୀ ମଦ ଚାଲଣାକୁ ଜବତ କରିଛି ଅବକାରୀ ବିଭାଗ। ଗତକାଲି ଓଡିଶା ଅବକାରୀ ବିଭାଗ ପକ୍ଷରୁ ପ୍ରେସମିଟ୍ ଡକାଯାଇ ଏହି ବିଷୟରେ ଗଣମାଧ୍ୟମକୁ ସମସ୍ତ ବିବରଣୀ ଦିଆଯାଇଥିଲା। ଅବକାରୀ ଗୁଇଁନ୍ଦା ବିଭାଗ-2 ,କଟକ ଏକ ବିଶେଷ ସୂତ୍ରରୁ ଗୋଟିଏ ଚୋରା ରାକେଟ ନକଲି ବିଦେଶୀ ମଦ କାରବାରରେ ସଂପୃକ୍ତ ଥିବା ଖବର ପାଇ ବିଭାଗୀୟ ଅଫିସର ଓ କର୍ମଚାରୀ ଗୁଇଁନ୍ଦା ତଥ୍ୟ ସଂଗ୍ରହ କରିଥିଲେ। ଗୁରୁବାର ଦିନ ଛଦ୍ମବେଶରେ ଗ୍ରାହକ ସାଜି ଉକ୍ତ ଚୋରା ବେପାରୀଙ୍କଠାରୁ କିଛି ନକଲି ମଦ କିଣିବା ଆଳରେ ସେଠାକୁ ଯାଇଥିଲେ। ସେହି ସମୟରେ ଚୋରା ବୋପାରୀ ତାଙ୍କ ଭ୍ୟାନ(OD-09-X-9643)ରେ 18 ପେଟି ମଦ ଭରି ଭୁବନେଶ୍ୱର ନିକଟସ୍ଥ ତମାଣ୍ଡୋ ଅଞ୍ଚଳକୁ ମଦ ଯୋଗାଇ ଦେବା ପାଇଁ ଯାଉଥିଲେ। ଠିକ୍ ସେତେବେଳେ ବିଭାଗୀୟ କର୍ମଚାରୀ ସେଠାରେ ପହଞ୍ଚି ଭ୍ୟାନ ସହ ଦୁଇ ଜଣ ବ୍ୟକ୍ତିଙ୍କୁ କାବୁ କରିଥିଲେ। ସେହି ଦୁଇଜଣଙ୍କ ମଧ୍ୟରୁ ଜଣଙ୍କ ନାଁ ବିରଞ୍ଚି ରଣା, ଏବଂ ଅନ୍ୟଜଣେ ପୂର୍ଣ୍ଣଚନ୍ଦ୍ର ମାରାଣ୍ଡି।

ତେବେ ଏହି ଦୁଇ ଅଭିଯୁକ୍ତଙ୍କୁ ନିଜ ଅଧିନକୁ ନେଇ ମଦ କେଉଁଠୁ ଆସିଥିଲା ଏବଂ ଆଉ କେଉଁଠାରେ ଅଛି ବୋଲି ସମସ୍ତ କଥା ପଚରାଉଚରା କଲାରୁ ସେମାନେ ସବୁ ସତ ମାନିଯାଇଥିଲେ। ସଂପୃକ୍ତ ବ୍ୟକ୍ତି ଦୁଇଜଣଙ୍କ ଖବରକୁ ଭିର୍ତ୍ତି କରି ଗୁଇଁନ୍ଦା ବିଭାଗର ଅଧିକାରୀ ମାନେ ଆଠଗଡ ଅଞ୍ଚଳର ମୈତ୍ରିନଗରଠାରେ ଚଢାଉ କରିଥିଲେ। ସେଠାରେ ଏକ ଗୃହରୁ 300 ପେଟି ନକଲି ମଦ ଜବତ କରିଥିଲେ। ତା’ସହ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଥାନା ଅର୍ନ୍ତଗତ ବାଉଁଶ ପୋଖରୀ ଗାଁରୁ ଆଉ 400 ପେଟି ମଦ ଜବତ କରିବା ସହ ସେଠାରେ ଆଉ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ସେମାନେ ହେଲେ ଅର୍ଜୁନ ଚନ୍ଦ୍ର ଟୁଡୁ ଏବଂ ଧନୁହାଁସଦା। ସେଠାରେ ଥିବା ଅନ୍ୟାନ ଜିନିଷକୁ ମଧ୍ୟ ପୋଲିସ ଜବତ କରିଛି। ଏହାସହ ଏହି ନକଲି ମଦ କାରବାରରେ ସଂପୃକ୍ତ ଥିବା ଅନ୍ୟ ବ୍ୟକ୍ତିମାନଙ୍କ ସହ ମୁଖ୍ୟ ଆସାମୀକୁ ବହୁତ ଶ୍ରୀଘ୍ର ଧରିବ ବୋଲି ପୋଲିସ ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)