ପାରାଦୀପ ସହର ବଡପଡିଆ ପରିବା ମାର୍କେଟରେ ଅଗ୍ନିକାଣ୍ଡ; ୬୫ରୁ ଅଧିକ ଦୋକାନ ସମ୍ପୂର୍ଣ୍ଣ ପୋଡ଼ି ଯାଇଥିବା ସୂଚନା ।

ଅକ୍ଷର ବ୍ୟୁରୋ: ଜଗତସିଂହପୁର ଜିଲ୍ଲା ପାରାଦୀପ ବନ୍ଦର ସହର ବଡପଡିଆ ମୁଖ୍ୟ ପରିବା ମାର୍କେଟରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୬୫ ରୁ ଅଧିକ ଦୋକାନ ଘର ସମ୍ପୂର୍ଣ୍ଣ ପୋଡ଼ି ଯାଇଛି । ଖବରପାଇ ପାରାଦୀପ ବନ୍ଦର ଅଗ୍ନିଶମ ବିଭାଗ, କୁଜଙ୍ଗ ଅଗ୍ନିଶମ ବିଭାଗ ଓ ବିଭିନ୍ନ ଶିଳ୍ପ ସଂସ୍ଥାର ୮ ଟି ନିଆଁ ଲିଭା ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସମ୍ପୂର୍ଣ୍ଣ ନିଆଁ ଆୟତ୍ତ ହେବାକୁ ରବିବାର ଭୋର ପର୍ଯ୍ୟନ୍ତ ଲାଗିଥିଲା । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ମଶା ଧୂପ କିମ୍ବା ବିଦ୍ୟୁତ ସର୍ଟସର୍କିଟରୁ ଏପରି ଘଟିଛି ବୋଲି ଆଲୋଚନା ହେଉଛି। ତେବେ ପାରାଦୀପ ବନ୍ଦର ପକ୍ଷରୁ ଅସ୍ଥାୟୀ ଭାବେ ପିଣ୍ଡି ଯୋଗାଇ ଦିଆ ଯାଇଥିବା ବେଳେ ବ୍ୟବସାୟୀମାନେ କେବଳ ବାଉଁଶ ଓ ଜରି ପାଲରେ ଦୋକାନ ଗୁଡିକରେ ଦୀର୍ଘ ବର୍ଷ ଧରି ବ୍ୟବସାୟ କରି ଆସୁଛନ୍ତି । ତେବେ ପୂର୍ବରୁ ମଧ୍ୟ ଏହିଭଳି ଅଗ୍ନିକାଣ୍ଡ ଘଟି ୪ଟି ଦୋକାନ ପୋଡ଼ି ଯାଇଥିବା ବେଳେ ଭେଣ୍ଡିଂ ଜୋନ୍ ନିର୍ମାଣ କରିବା ପାଇଁ ବାରମ୍ବାର ଦାବି ହୋଇ ଆସୁଛି । ହେଲେ ଏପର୍ଯ୍ୟନ୍ତ ଭେଣ୍ଡିଂ ଜୋନ ନିର୍ମାଣ କରା ଯାଇ ପାରି ନାହିଁ। ଯାହା ଫଳରେ ଆଜି ନିଆଁ ଲାଗି ୫୦ରୁ ଅଧିକ ଦୋକାନ ପୋଡ଼ି ପାଉଁଶ ହୋଇଯାଇଛି । ଘଟଣା ସ୍ଥଳରେ ପରିବା ବ୍ୟବସାୟୀ ଓ ବଣିକସଂଘର କର୍ମକର୍ତ୍ତାମାନେ ପହଞ୍ଚିଥିବା ବେଳେ ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁକୁ ଆୟତ୍ତ କରିବା ଜାରି ରହିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)