ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁ ଚରଣ ଲେଙ୍କାଙ୍କ ୮୭ ବର୍ଷ ବୟସରେ ପରଲୋକ

ଅକ୍ଷର ବ୍ୟୁରୋ: ଆଉ ନାହାଁନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁ ଚରଣ ଲେଙ୍କା । ୮୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି । ୧୯୩୯ ମାର୍ଚ୍ଚ ୨ରେ କାହ୍ନୁ ଚରଣ ଲେଙ୍କାଙ୍କ ଜନ୍ମ । ଓଡ଼ିଶାର ଜଣେ ବରିଷ୍ଠ କଂଗ୍ରେସ ରାଜନେତା ଭାବେ ସେ ଜଣାଶୁଣା । ଯିଏ ରାଜ୍ୟ ସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ସେ ପି.ଭି. ନରସିଂହ ରାଓଙ୍କ ସମୟରେ କେନ୍ଦ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ୧୯୯୫-୨୦୦୦ ମସିହା ଯାଏଁ ଚୌଦ୍ଵାର ବିଧାୟକ ଥିଲେ । ୧୯୮୮-୯୪ ମସିହା ଯାଏଁ ରାଜ୍ୟସଭା ସାଂସଦ ଥିଲେ । ପି. ଭି. ନରସିଂହ ରାଓଙ୍କ ସରକାରରେ ରେଳ ଓ କୃଷି ରାଷ୍ଟ୍ରମନ୍ତ୍ରୀ ଥିଲେ । ସେ କଂଗ୍ରେସ ଦଳ ସହ ଦୀର୍ଘ ସମୟ ଧରି ଜଡ଼ିତ ଥିଲେ । ଦଳୀୟ ବ୍ୟାପାରରେ ନିଜର ମତ ରଖିବା ପାଇଁ ପରିଚିତ ଥିଲେ । ୧୯୯୦ ଦଶକରେ ସେ ଭାରତୀୟ ସଂସଦର ଉପର ସଦନ ରାଜ୍ୟ ସଭାରେ ଓଡ଼ିଶାର ପ୍ରତିନିଧିତ୍ୱ କରିଥିଲେ । ବିଭିନ୍ନ ସମୟରେ ଦଳୀୟ ନେତୃତ୍ୱ ଓ ନିଷ୍ପତ୍ତିକୁ ନେଇ ସ୍ୱର ଉତ୍ତୋଳନ କରି ଚର୍ଚ୍ଚାରେ ରହିଛନ୍ତି । କେନ୍ଦ୍ରରେ ମନ୍ତ୍ରୀ ଭାବେ କାର୍ଯ୍ୟ କରି ଓଡ଼ିଶାରେ କଂଗ୍ରେସ ଦଳକୁ ସୁଦୃଢ଼ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)