ରାଜ୍ୟରେ ଗ୍ୟାସ୍ ସସସ୍ୟା; ବିଭିନ୍ନ ଗ୍ୟାସ୍ ଏଜେନ୍ସି ଆଗରେ ଉପଭୋକ୍ତାଙ୍କ ଲମ୍ବା ଲାଇନ୍ ।

ଅକ୍ଷର ବ୍ୟୁରୋ: ରାଜ୍ୟରେ ଗ୍ୟାସ୍ ସସସ୍ୟା, ରୋଷେଇ ପାଇଁ ହନ୍ତସନ୍ତ ସାଧାରଣ ଖାଉଟି । ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଗ୍ୟାସ୍ ଏଜେନସି ଆଗରେ ଉପଭୋକ୍ତାଙ୍କ ଲମ୍ବା ଲାଇନ୍ । ବୁକିଂ ସତ୍ତ୍ବେ ଗ୍ୟାସ୍ ଯୋଗାଣରେ ବିତରଣ କଂପାନୀ ଫେଲ୍ ମାରିବା ପରେ ବଢ଼ିଛି ଗ୍ରାହକଙ୍କ ରୋଷ । ହିତାଧିକାରୀଙ୍କ ଅଭିଯୋଗ ଅନୁସାରେ, ୨୦-୨୫ ଦିନ ତଳୁ ଗ୍ୟାସ୍ ବୁକ୍ କରି ଥିଲେ ବି ଡେଲିଭରି ହୋଇପାରିନି । ହୋମ୍ ଡେଲିଭରୀ ମଧ୍ୟ ବନ୍ଦ ହୋଇଯାଇଛି ।

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ହୋର୍ମୁଜ ଜଳମାର୍ଗରେ ଗ୍ୟାସ ଯୋଗାଣ ଠପ୍‌ ହୋଇଯାଇଛି । ଫଳରେ ଦେଶରେ ଏବେ ଆଶଙ୍କାର ମାହୋଲ । ସରକାର ବାରମ୍ବାର କହୁଛନ୍ତି ଦେଶରେ ଗ୍ୟାସ୍‌ର ଅଭାବ ନାହିଁ । ତଥାପି ଭୟଭୀତ ଲୋକେ ଯେନ ତେନ ପ୍ରକାରେ ସିଲିଣ୍ଡର ସଂଗ୍ରହ କରିବାରେ ବ୍ୟସ୍ତ । କଳାବଜାରୀରେ ୨୦୦୦ ଟଙ୍କା ଦେଇ ଏଲ୍‌ପିଜି କିଣିବାକୁ ବି ପଛଘୂଞ୍ଚା ଦେଉନାହାନ୍ତି ଉପଭୋକ୍ତା । ବର୍ତ୍ତମାନ ପ୍ରାୟ ୨୦ ପ୍ରତିଶତ କମର୍ସିଆଲ ଗ୍ୟାସ ସପ୍ଲାଏ ବନ୍ଦ କରାଯାଇଛି । ଏଥିପାଇଁ ହୋଟେଲ ଓ ରେଷ୍ଟୁରାଣ୍ଟ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦେଶର ବଡ଼ ବଡ଼ ସହର ସବୁରେ ବର୍ତ୍ତମାନ ହୋଟେଲ ବନ୍ଦ ହେବା ଆରମ୍ଭ ହେଲାଣି ।

ଏହିଭଳି ସ୍ଥିତି ଲାଗି ରହିଲେ ଆସନ୍ତା ୨ ଦିନ ମଧ୍ୟରେ ଭୁବନେଶ୍ୱରରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିବ । ଗ୍ୟାସ ଯୋଗାଣରେ ବ୍ୟାଘାତ ଯଦିଓ ସିଧାସଳଖ ଖାଉଟି ବା ଗ୍ରାହକଙ୍କ ଉପରେ କୌଣସି ପ୍ରଭାବ ପକାଇନହିଁ, ହେଲେ ମାଲିକ ଙ୍କ ଉପରେ ଏହାର ଯଥେଷ୍ଟ ପ୍ରଭାବ ପଡ଼ିଲାଣି । ବଢୁଥିବା ଏହି ଗ୍ୟାସ ଦର ସହ ଯୋଗାଣରେ ବ୍ୟାଘାତ ଆଗକୁ ଖାଦ୍ୟର ମୂଲ୍ୟ ଦୁଇଗୁଣିତ କରିବ । ହୋଟେଲ ଆଉ ରେଷ୍ଟୁରାଣ୍ଟ ଇଣ୍ଡଷ୍ଟ୍ରିରେ ଗ୍ୟାସର କୌଣସି ବିକଳ୍ପ ନାହିଁ । ଇଲେକ୍ଟ୍ରିକ ଉପକରଣରେ ଏତେ ବଡ଼ ଇଣ୍ଡଷ୍ଟ୍ରି ପାଇଁ କାର୍ଯ୍ୟ କରିବା ସମ୍ଭବ ନୁହେଁ ବୋଲି କହିଛି ଆସୋସିଏସନ୍ । ସରକାର ଆମ ପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି କହିଛନ୍ତି ଓଡ଼ିଶା ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନର ସଭାପତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)