ପାସପୋର୍ଟ ନେଇ ସରକାରଙ୍କ ସ୍ପଷ୍ଟ ବୟାନ: “ଏହା ଯାତ୍ରା ଦସ୍ତାବିଜ୍, ନାଗରିକତ୍ୱ ପ୍ରମାଣ ନୁହେଁ”

ଅକ୍ଷର ବ୍ୟୁରୋ: ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ ପାସପୋର୍ଟ ମୁଖ୍ୟତଃ ବିଦେଶ ଯାତ୍ରା ପାଇଁ ଏକ ଦସ୍ତାବିଜ୍ ମାତ୍ର, ଏହା ନାଗରିକତ୍ୱର ପୂର୍ଣ୍ଣ ପ୍ରମାଣ ପତ୍ର ନୁହେଁ। ୧୪ତମ ପାସପୋର୍ଟ ସେବା ଦିବସ ଅବସରରେ ଏହି ମତ ପ୍ରକାଶ ପାଇଛି। ସେ କହିଛନ୍ତି ଯେ ପାସପୋର୍ଟ କେବଳ ଭାରତୀୟ ନାଗରିକଙ୍କୁ ଜାରି କରାଯାଏ, କିନ୍ତୁ ଏହା ଏକାକୀ ଭାବେ ନାଗରିକତ୍ୱ ସାବିତ୍ର କରେ ନାହିଁ। ଜନ୍ମ, ବଂଶଗତ, ନିବନ୍ଧନ ଓ ଆଇନଗତ ପ୍ରକ୍ରିୟା ମାଧ୍ୟମରେ ନାଗରିକତ୍ୱ ନିର୍ଣ୍ଣୟ ହୁଏ ବୋଲି ସେ ସ୍ପଷ୍ଟ କରିଛନ୍ତି।

ପାସପୋର୍ଟର ମୂଳ ଉଦ୍ଦେଶ୍ୟ ବିଦେଶ ଯାତ୍ରାକୁ ସହଜ କରିବା ଏବଂ ଭାରତୀୟ ପରିଚୟ ପ୍ରଦର୍ଶନ କରିବା ମାତ୍ର। ଆଧାର, ଭୋଟର ଆଇଡି କିମ୍ବା ପାସପୋର୍ଟ କୌଣସିଟି ମଧ୍ୟ ଏକାକୀ ଭାବେ ପୂର୍ଣ୍ଣ ନାଗରିକତ୍ୱ ପ୍ରମାଣ ନୁହେଁ ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ଦେଶରେ ବର୍ତ୍ତମାନ ୫୪୫ଟି ପାସପୋର୍ଟ ସେବା କେନ୍ଦ୍ର ଚାଲୁ ରହିଛି ଏବଂ ଗତବର୍ଷ ୧ କୋଟି ୩୯ ଲକ୍ଷ ପାସପୋର୍ଟ ଜାରି ହୋଇଛି। ଏହି ମାମଲା ସୋସିଆଲ୍ ମିଡିଆରେ ଆଲୋଚନାର ବିଷୟ ହୋଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)