ଅଯୋଧ୍ୟା ରାମ ମନ୍ଦିର ଦାନ ଗଣନାରେ କଡ଼ା ସୁରକ୍ଷା ବ୍ୟବସ୍ଥା: ଖାଲି ହାତରେ ପ୍ରବେଶ ନିୟମ ଲାଗୁ

ଅକ୍ଷର ବ୍ୟୁରୋ: ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦାନରାଶିର ସୁରକ୍ଷା ଏବଂ ପାରଦର୍ଶିତା ବଢ଼ାଇବା ପାଇଁ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ନୂଆ କଡ଼ା ନିୟମ ଲାଗୁ କରିଛି। ଦାନ ଗଣନା ପ୍ରକ୍ରିୟାକୁ ଅଧିକ ସୁରକ୍ଷିତ ଓ ନିର୍ଭରଯୋଗ୍ୟ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି।

ନୂତନ ନିୟମ ଅନୁଯାୟୀ, ଦାନ ଗଣନା କେନ୍ଦ୍ରରେ କର୍ମଚାରୀମାନେ ପକେଟ ବିହୀନ ନିର୍ଦ୍ଧାରିତ ଡ୍ରେସ୍ ପିନ୍ଧି କେବଳ ଖାଲି ହାତରେ ପ୍ରବେଶ କରିବେ। ମୋବାଇଲ, ବ୍ୟାଗ, ପର୍ସ କିମ୍ବା କୌଣସି ବ୍ୟକ୍ତିଗତ ସାମଗ୍ରୀ ଭିତରକୁ ନେବା ସଂପୂର୍ଣ୍ଣ ଭାବେ ନିଷେଧ କରାଯାଇଛି। ପ୍ରବେଶ ଓ ପ୍ରସ୍ଥାନ ସମୟରେ କଡ଼ା ଯାଞ୍ଚ ସହ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ସିସିଟିଭି ନିରୀକ୍ଷଣରେ ରଖାଯାଇଛି।

ଟ୍ରଷ୍ଟ ପକ୍ଷରୁ କହାଯାଇଛି ଯେ, ଗଣନା ପ୍ରକ୍ରିୟାରେ କୌଣସି ପ୍ରକାର ଅନିୟମ କିମ୍ବା ହେରଫେର ରୋକିବାକୁ ଏହି ବ୍ୟବସ୍ଥା ଅତ୍ୟାବଶ୍ୟକ। ଦାନ ଗଣନା କେନ୍ଦ୍ରରେ ସିସିଟିଭି କ୍ୟାମେରା ସଂଖ୍ୟା ମଧ୍ୟ ବଢ଼ାଯାଇଛି। ସୂଚନା ଅନୁଯାୟୀ, ଦାନ ଅର୍ଥ ଚୋରି ମାମଲା ପରେ ୪୦ ଜଣ କର୍ମଚାରୀଙ୍କୁ ହଟାଯାଇଛି ଏବଂ ବ୍ୟାଙ୍କ ଓ ଟ୍ରଷ୍ଟ ମିଶି ନୂଆ କର୍ମଚାରୀ ନିଯୁକ୍ତ କରିଛନ୍ତି। ଏହି ସମ୍ପୂର୍ଣ୍ଣ ମାମଲାରେ SIT ଟିମ୍ ଦାନ ସଂଗ୍ରହ, ଗଣନା ଓ ବ୍ୟାଙ୍କ ଜମା ପ୍ରକ୍ରିୟାକୁ ଗଭୀର ଭାବେ ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)