ଅକ୍ଷର ବ୍ୟୁରୋ: ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ହାଇକୋର୍ଟଙ୍କ ଅଦାଲତ ଅବମାନନା ନୋଟିସ ଜାରି ହୋଇଛି । ଅଦାଲତ ଅବମାନନା ମାମଲାରେ କାହିଁକି ଦଣ୍ଡିତ କରାଯିବନି ଜବାବ ତଲବ କରିଛନ୍ତି ମାନ୍ୟବର କୋର୍ଟ । ପ୍ରସ୍ତାବିତ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ ପ୍ରସଙ୍ଗରେ ଅଡୁଆରେ ପଡ଼ିଛନ୍ତି ଜିଲ୍ଲାପାଳ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ ହୋଇ ନ ଥିବା ଅଭିଯୋଗରେ ଜବାବ ତଲବ କରିଛନ୍ତି କୋର୍ଟ । ୩ ସପ୍ତାହ ମଧ୍ୟରେ ଜବାବ ଦଖଲ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୧୯୮୭ରେ ଅଭୟାରଣ୍ୟ ପାଇଁ ବିଜ୍ଞପ୍ତି ଜାରି ହୋଇଥିଲା । ବିଜ୍ଞପ୍ତିର ୩୯ ବର୍ଷ ପରେ ବି ଜମି ଅଧିଗ୍ରହଣ ହୋଇନାହିଁ । ଜମି ମାଲିକଙ୍କୁ କ୍ଷତିପୂରଣ ଦିଆଯାଇନି କି ଜମି ଛାଡ଼ ମଧ୍ୟ ହୋଇନାହିଁ । ୨୦୨୪ ଡିସେମ୍ବର ସୁଦ୍ଧା ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ କୋର୍ଟ ମହଲତ ଦେଇଥିଲେ । ଏଥିରେ ଖିଲାପ ହୋଇଥିବାରୁ ଅଦାଲତ ଅବମାନନା ନୋଟିସ ଜାରି ହୋଇଛି ।
ପୁରୀ ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ନୋଟିସ; ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ ନହୋଇଥିବା ଅଭିଯୋଗରେ ଜବାବ ତଲବ କରିଛନ୍ତି କୋର୍ଟ ।












Leave a Reply