ସୁବର୍ଣ୍ଣପୁରରେ ଭୟାବହ ଦୁର୍ଘଟଣା: ଟ୍ରକ ଚଢ଼ିଗଲା ୫ଟି ମୋଟରସାଇକେଲ ଉପରେ, ବଡ଼ ଅଘଟଣ ଟଳିଲା

ଅକ୍ଷର ବ୍ୟୁରୋ: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ବିଶାଲପାଲି ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବରଗଡ଼ରୁ ସାର ବୋଝେଇ ଆସୁଥିବା ଏକ ଟ୍ରକ ନିୟନ୍ତ୍ରଣ ହାରାଇ ରାସ୍ତା କଡ଼ରେ ଥିବା ଯାନବାହନ ଓ ଦୋକାନ ଅଞ୍ଚଳରେ ଧସିପଡ଼ିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଟ୍ରକଟି ପ୍ରଥମେ ଏକ ହାଇୱାକୁ ଧକ୍କା ଦେଇଥିଲା। ପରେ ରାସ୍ତା କଡ଼ରେ ଥିବା ଏକ ପାନ ଦୋକାନ ସମ୍ମୁଖରେ ପାର୍କିଂ ହୋଇଥିବା ପାଞ୍ଚଟି ମୋଟରସାଇକେଲ ଉପରେ ଚଢ଼ି ଯାଇଥିଲା |

ଡ୍ରାଇଭର ନିୟନ୍ତ୍ରଣ ହାରାଇଥିବା ସନ୍ଦେହ କରାଯାଉଛି, ଯାହାରୁ ଟ୍ରକଟି ହଠାତ୍ ଆଗକୁ ବଢ଼ି ଏହି ଅଘଟଣ ଘଟାଇଥିବା କୁହାଯାଉଛି। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କେହି ପ୍ରାଣ ହରାଇନାହାନ୍ତି। ତେବେ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା। ଲୋକେ ଅଳ୍ପକେ ବଡ଼ ଦୁର୍ଘଟଣା ଟଳିଯାଇଥିବାରୁ ଆଶ୍ୱସ୍ତ ହୋଇଛନ୍ତି। ଘଟଣା ସୂଚନା ପାଇ ବିନିକା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଟ୍ରକ ନିୟନ୍ତ୍ରଣ ହାରାଇବାର ପ୍ରକୃତ କାରଣ ଖୋଜାଯାଉଛି। ଘଟଣା ପରେ ସ୍ଥାନୀୟ ଲୋକମାନେ ରାସ୍ତା ସୁରକ୍ଷା ଓ ଭାରୀ ଯାନବାହନ ପାର୍କିଂ ବ୍ୟବସ୍ଥା ଉପରେ କଠୋର ନିୟମ ଲାଗୁ କରିବାକୁ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)