ଧଉଳି ଶାନ୍ତିସ୍ତୁପ ବୁଲି ଦେଖିଲେ ଭାରତୀୟ ମୁଖ୍ୟ ନିର୍ବାଚନ ଅଧିକାରୀ ଜ୍ଞାନେଶ କୁମାର ।

ଅକ୍ଷର ବ୍ୟୁରୋ: ଧଉଳି ଶାନ୍ତିସ୍ତୁପ ବୁଲି ଦେଖିଲେ ଭାରତୀୟ ମୁଖ୍ୟ ନିର୍ବାଚନ ଅଧିକାରୀ ଜ୍ଞାନେଶ କୁମାର । ଧଉଳି କେବଳ ଭାରତ ନୁହେଁ ସାରା ବିଶ୍ବକୁ ଶାନ୍ତିର ବାର୍ତ୍ତା ଦେଉଛି । ଏ ସ୍ଥାନର ଅନୁଭବ ଅବର୍ଣ୍ଣନୀୟ ସମ୍ରାଟ । ଅଶୋକ ଦେଖାଇଥିବା ଶାନ୍ତିର ମାର୍ଗରେ ଦେଶ ଆଗେଇ ଚାଲିଛି । ଆଜି ବି ଭାରତ ଶାନ୍ତି ପଥରେ ଚାଲୁଥିବା କହିଛନ୍ତି ଜ୍ଞାନେଶ କୁମାର । ରବିବାର ପାଇଁ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ସ୍ବତ୍ତେ ମୁଖ୍ୟ ନିର୍ବାଚନ କମିସନରଙ୍କ ଗସ୍ତକୁ ନେଇ ପୁଲିସ୍ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଭାରତର ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର ୩ ଦିନିଆ ଓଡିଶା ଗସ୍ତରେ ଆସି  ଭୁବନେଶ୍ବରରେ ପହଞ୍ଚିଥିଲେ । ଗସ୍ତର ପ୍ରଥମ ଦିନ ସେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ବିଶ୍ୱପ୍ରସିଦ୍ଧ ସୂର୍ଯ୍ୟମନ୍ଦିର କୋଣାର୍କ ଯିବାର କାର୍ଯ୍ୟକ୍ରମ ରହିଥିଲା  । ସଂସ୍କୃତି ଓ ପରମ୍ପରା ପରିଚୟ ଗସ୍ତ ପରେ ଆଜି କମିସନର ଜ୍ଞାନେଶ କୁମାର ଓଡ଼ିଶାର ପ୍ରସିଦ୍ଧ ଐତିହ୍ୟ ଓ ସଂସ୍କୃତିକ କ୍ଷେତ୍ର ରଘୁରାଜପୁର, ଧଉଳି, ଖଣ୍ଡଗିରି, ଉଦୟଗିରି ଏବଂ ମୁକ୍ତେଶ୍ବର ମନ୍ଦିର ପରିଦର୍ଶନ କରିଛନ୍ତି । ଏହି ଗସ୍ତ ମାଧ୍ୟମରେ ସେ ଓଡ଼ିଶାର ଐତିହ୍ୟ, କଳା ଓ ପରମ୍ପରାକୁ ନିକଟରୁ ଜାଣିବାର ସୁଯୋଗ ପାଇବେ ।

୨୯ ତାରିଖରେ ଭୁବନେଶ୍ବରସ୍ଥିତ OUAT ପରିସରରେ ବୁଥସ୍ତରୀୟ ଅଧିକାରୀ (BLO)ମାନଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ନିର୍ବାଚନ ପ୍ରକ୍ରିୟାର ମୂଳ ଆଧାର ଭାବେ କାର୍ଯ୍ୟରତ BLOମାନଙ୍କ ସହ ସିଧାସଳଖ ଆଲୋଚନା କରି ନିର୍ବାଚନ ପ୍ରଣାଳୀକୁ ଆହୁରି ସୁଦୃଢ଼ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜଣାପଡ଼ିଛି । ଓଡ଼ିଶା ଆଗମନ ଅବସରରେ କମିସନର ଜ୍ଞାନେଶ କୁମାର କହିଛନ୍ତି, “ଜୟ ଜଗନ୍ନାଥ, ସମସ୍ତ ଓଡ଼ିଶାବାସୀଙ୍କୁ ମୋର ନମସ୍କାର ।” ପରିବାର ସହ ଜଗନ୍ନାଥଙ୍କ ଦର୍ଶନ, ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ଜାଣିବା ସହ ନିର୍ବାଚନ ପ୍ରକ୍ରିୟାର ଆଧାର ସ୍ତମ୍ଭ ବୁଥସ୍ତରୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିବା ପାଇଁ ମୁଁ ଏଠାକୁ ଆସିଛି । “ଜୟ ଭାରତ, ଜୟ ହିନ୍ଦ”।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)