ମୋକିମଙ୍କ ଚିଠିକୁ ନେଇ ପିସିସି ସଭାପତିଙ୍କ ପ୍ରତିକ୍ରିୟା; ସେ କିଏ କହି ପଚାରିଲେ ଭକ୍ତ ଦାସ ।

ଅକ୍ଷର ବ୍ୟୁରୋ: କଂଗ୍ରେସରୁ ମୋକିମଙ୍କ ବହିଷ୍କାର ପରେ ପିସିସି ସଭାପତିଙ୍କ ପ୍ରତିକ୍ରିୟା । ସାମ୍ବାଦିକଙ୍କ ପ୍ରଶ୍ନରେ ସେ କିଏ କହି ପଚାରିଲେ ଭକ୍ତ ଦାସ । ସେ କିଏ, ମାତ୍ର ଗୋଟିଏ ଥର ବିଧାନସଭା ନିର୍ବାଚନ ଜିତିଛନ୍ତି । ନିଜ କଥା ରଖିବାର ସବୁ ସଦସ୍ୟଙ୍କ ନିକଟରେ ଅଧିକାର ଅଛି । ଦଳୀୟ ନେତୃତ୍ୱ ସେମାନଙ୍କ କଥା ନିଶ୍ଚିୟ ଶୁଣିବେ । ସୋନିଆଙ୍କୁ ଚିଠି ଲେଖିବାରେ କୌଣସି ସମସ୍ୟା ନାହିଁ’ । କିନ୍ତୁ ଚିଠିକୁ ମିଡିଆରେ ପ୍ରଘଟ କରିବାର କ’ଣ ଆବଶ୍ୟକତା ଥିଲା । କାରଣ ସେ ଦଳରେ ରହିବାକୁ ଚାହୁଁ ନଥିଲେ ବୋଲି କହିଛନ୍ତି ଭକ୍ତ । ରାହୁଲ ଗାନ୍ଧିଙ୍କ ବିଷୟରେ ସେ କ’ଣ ଜାଣନ୍ତି ବୋଲି ପ୍ରଶ୍ନ କଲେ ଭକ୍ତ । ରାହୁଲ ଗାନ୍ଧି ଦେଶ ସାରା ପଦଯାତ୍ରା କରି ଲୋକଙ୍କୁ ସଚେତନ କଲେ । ଏହା କ’ଣ କଠିନ ପରିଶ୍ରମ ନୁହେଁ, ଚିଠି ଲେଖି ସେ ରାହୁଲଙ୍କୁ ଗାଇଡ୍ କରିବେ ?

ଏହା ବିରୋଧୀଙ୍କ କାମ କହି ମୋକିମଙ୍କୁ ସମାଲୋଚନା କଲେ ଭକ୍ତ । ଯଦି କେହି ନିଜ ନେତାଙ୍କ କଠିନ ପରିଶ୍ରମ ଓ ତ୍ୟାଗ ଦେଖିପାରୁନି, ସେମାନଙ୍କୁ କଣ କୁହାଯିବ । ମୋକିମଙ୍କୁ କଂଗ୍ରେସ ବହିଷ୍କାର କରିବା ପରେ ସମର୍ଥନରେ ବାହାରିଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । କଂଗ୍ରେସରେ ମୋକିମଙ୍କ ଭଳି ଅନେକ ନେତାଙ୍କର ଆବଶ୍ୟକତା ଅଛି । ନେତାଙ୍କ ମନରୁ ଅସନ୍ତୋଷ ଦୂର କରିବା ଦଳର କର୍ତ୍ତବ୍ୟ । କଂଗ୍ରେସ ଏବେ ରାଜ୍ୟରେ ଦୁର୍ବଳ ଅଛି । ଶକ୍ତିଶାଳୀ କରିବାକୁ ଉଦ୍ୟମ କରନ୍ତୁ ନେତା । ଅନ୍ୟପଟେ କଂଗ୍ରେସ ମୁଖପାତ୍ର ଜବାବ ରଖି କହିଛନ୍ତି, ବିଜେପି ଆଳାପ କରୁଥିଲେ ମୋକିମ । କଂଗ୍ରେସକୁ ଗଢ଼ିବାକୁ ନୁହେଁ, ବିଗାଡ଼ିବାକୁ ଚେଷ୍ଟା କରୁଥିଲେ । ଭକ୍ତ ଓ ମୋକିମଙ୍କ ମଧ୍ୟରେ ତୁଳନାତ୍ମକ ଚିତ୍ର ରଖି କଡାଗଣ୍ଡା ହିସାବ ରଖିଛି କଂଗ୍ରେସ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)