ଅକ୍ଷର ବ୍ୟୁରୋ: ମୋକିମଙ୍କ ସୋନିଆଙ୍କୁ ଚିଠି ଲେଖିବା ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବହୁ ବରିଷ୍ଠ କଂଗ୍ରେସ ନେତା । ସୁର ରାଉତରାୟ, ଜେୟଦେବ ଜେନା ଏବଂ ଅନନ୍ତ ସେଠୀ ରଖିଲେ ପ୍ରତିକ୍ରିୟା । ପ୍ରତିକ୍ରିୟା ରଖି ସୁର କହିଛନ୍ତି, ମୋକିମ୍ ଏପରି କରି ଝିଅର କ୍ୟାରିୟରକୁ ନଷ୍ଟ କରୁଛନ୍ତି । ସେ ତାଙ୍କର ବେପାର କରନ୍ତୁ କି ନୂଆ ଦଳ କରିବାର ଥିଲେ କରନ୍ତୁ । ଯଦି ଚିଠି ଲେଖିଲେ ତାହା ପଦାକୁ ଆସିଲା କାହିଁକି ବୋଲି ପ୍ରଶ୍ନ କରିଥିଲେ । ହାଇକମାଣ୍ଡକୁ ଜଣାନ୍ତୁ, ମାତ୍ର ମିଡିଆକୁ ଆସିବା ଠିକ ହେଲାନି କହିଲେ ଅନନ୍ତ । ମୁଁ ମୋକିିମଙ୍କ ଏପରି କାର୍ଯ୍ୟକୁ ନାପସନ୍ଦ କରୁଛି । ଜୟଦେବା ଜେନା ମଧ୍ୟ ମୋକିମଙ୍କ ସହ ଏକମତ ନୁହେଁ ବୋଲି କହିଲେ । ଖଡଗେଙ୍କ ବୟସକୁ ନେଇ ପ୍ରଶ୍ନ କରିବା ଠିକ ହେଲାନି ଭାବୁଛି । ରାହୁଲଙ୍କୁ ଦେଖା କରିପାରିଲେନି କହି ତାଙ୍କର ବ୍ୟକ୍ତିଗତ ମନ୍ତବ୍ୟ ରଖିଛନ୍ତି । ରାହୁଲ ସାରା ଦେଶ କଥା ବୁଝୁଛନ୍ତି, ମୁଁ ଲେଖିଥିବା ଚିଠିର ଉତ୍ତର ପାଇଛି । ତେଣୁ ଏହାକୁ ଏକ ଇସ୍ୟୁ କରିବା ବେକାର କଥା ।
ମୋକିମଙ୍କ ଚିଠି ଲେଖିବା ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବହୁ ବରିଷ୍ଠ କଂଗ୍ରେସ ନେତା !












Leave a Reply