ବାରବାଟୀରେ ଟିମ ଇଣ୍ଡିଆର ଦମଦାର ବିଜୟ; ବିଜୟ ପରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା ।

ଅକ୍ଷର ବ୍ୟୁରୋ: ବାରବାଟୀରେ ଟିମ ଇଣ୍ଡିଆର ଦମଦାର ବିଜୟ । ପ୍ରଥମ ଟି-୨୦ ମ୍ୟାଚକୁ ୧୦୧ ରନରେ ଜିତି ବିଜୟ ଅଭିଯାନ ଆରମ୍ଭ କରିଛି ଟିମ ଇଣ୍ଡିଆ । ଏଥିସହ ୫ ଟିକିଆ ଟି-ଟ୍ବେଣ୍ଟି ସିରିଜରେ ୧-୦ରେ ଆଗୁଆ ରହିଛି । ବାରବାଟୀ ମ୍ୟାଚରେ ଭାରତୀୟ ବୋଲର ମାନେ ମାପଚୁପ ବୋଲିଂ କରି ଦକ୍ଷିଣ ଆଫ୍ରିକାକୁ ମାତ୍ର ୧୨.୩ ଓଭରରେ ୭୪ ରନରେ ଅଲଆଉଟ କରିଦେଇଥିଲେ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟିମ୍ ଇଣ୍ଡିଆର ଦମଦାର ବିଜୟ ପରେ ବାରବାଟୀ ଷ୍ଟାଡିୟମର ହେବ ଉନ୍ନତି ଏବଂ ବଢ଼ିବ ସିଟ୍ । ଏମିତି କିଛି ସଙ୍କେତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବାରବାଟୀ ଷ୍ଟାଡିୟମରେ ଦର୍ଶକଙ୍କ କ୍ଷମତା ବଢ଼ାଇବା ନେଇ ପ୍ରସ୍ତାବ ରହିଛି । ଏହାକୁ ଆଲୋଚନା କରାଯାଇ ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି ।

OCA ସମ୍ପାଦକ ସଞ୍ଜୟ ବେହେରା ବି ଏନେଇ ସୂଚନା ଦେଇଛନ୍ତି । ବାରବାଟୀ ମ୍ୟାଚରେ ଦମ୍ ଦେଖାଇ ଇତିହାସ ରଚିଛି ଭାରତ । ଦମଦାର ବୋଲିଂ ରେ ୭୪ ରନରେ ଅଲ୍ ଆଉଟ୍ ଓ ୫୦ ରନରେ ଦକ୍ଷିଣ ଆଫ୍ରିକାର ଅଧା ଖେଳାଳି ଆଉଟ୍ ହୋଇଥିବା ବେଳେ ୨୮ ବଲରେ ୫୯ ରନ୍ କରିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ବିସ୍ଫୋରକ ବ୍ୟାଟିଂ ଓ ବୋଲରଙ୍କ ଦମଦାର ବୋଲିଂ ଫଳରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ କୁ ମ୍ୟାନ୍ ଇନ୍ ବ୍ଲୁ ୧୦୧ ରନ୍ ରେ ଜିତିଛି । ୧୭୬ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ୧୨.୩ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୭୪ ରନ୍ ହିଁ କରିପାରିଥିଲା ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)