ଅକ୍ଷର ବ୍ୟୁରୋ: ଆଖି ବୁଜିଲେ ବରଗଡ଼ ଧନୁଯାତ୍ରାର ନନ୍ଦରାଜା । ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୋପପୁରରେ ନନ୍ଦରାଜା ଭୂମିକାରେ ଅଭିନୟ କରି ଆସୁଥିବା କଳାକାର ସତ୍ୟନାରାୟଣ ପୋଢଙ୍କର ପରଲୋକ ହୋଇଛି । ଆଜି ଭୋରରୁ ତାଙ୍କ ଦେହାନ୍ତ ଖବର ପ୍ରଚାରିତ ହେବାପରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ପ୍ରଥମେ ତାଙ୍କ ବାପା ବାସୁଦେବ ପୋଢ ବରଗଡ଼ ଧନୁଯାତ୍ରାରେ ନନ୍ଦରାଜ ଭୂମିକାରେ ଅଭିନୟ କରୁଥିଲେ । ବାସୁଦେବଙ୍କ ମୃତ୍ୟୁ ପରେ ଦୀର୍ଘ ୨୦ ବର୍ଷ ହେବ ସତ୍ୟନାରାୟଣ ପୋଢ ଧନୁଯାତ୍ରାରେ ଏହି ଅଭିନୟକୁ ତୁଲାଇ ଆସୁଥିଲେ। ତେବେ ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ବିଳମ୍ବିତ ରାତିରେ ହୃଦ୍ଘାତ ଯୋଗୁଁ ଅସୁସ୍ଥ ହୋଇପଡ଼ିଥିଲେ ସତ୍ୟନାରାୟଣ ପୋଢ଼ । ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ମୃତ ଘୋଷଣା କରିଥିଲେ । ନନ୍ଦରାଜାଙ୍କ ଦେହାନ୍ତ ଖବର ଧନୁଯାତ୍ରା କଳାକାର ଜଗତରେ ତଥା ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।
ବରଗଡ଼ ଧନୁଯାତ୍ରାର ନନ୍ଦରାଜା ଭୂମିକାରେ ଅଭିନୟ କରୁଥିବା କଳାକାରଙ୍କର ପରଲୋକ ।












Leave a Reply