ଆସନ୍ତାକାଲିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ; ଆଜି ସର୍ବଦଳୀୟ ବୈଠକ ଡାକିଲେ ସରକାର ।

ଅକ୍ଷର ବ୍ୟୁରୋ: ଆସନ୍ତାକାଲିଠୁ ଆରମ୍ଭ ହେଉଛି ବିଧାନସଭାର ଶୀତକାଳୀନ ଅଧିବେଶନ । ପ୍ରାୟ ଏକମାସ ଧରି ଚାଲିବାକୁ ଥିବା ଏହି ଅଧିବେଶନ ଐତିହାସିକ ହେବାକୁ ଯାଉଛି । ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଏହି ଅଧିବେଶନ ଆରମ୍ଭ ହେବ । ଆସନ୍ତାକାଲି ଦୁଇଦିନିଆ ଗସ୍ତରେ ଆସି ବିଧାନସଭାରେ ଉଦବୋଧନ ଦେବେ ମହାମହିମ ରାଷ୍ଟ୍ରପତି । ଅପରାହ୍ନରେ ଉଦବୋଧନ ଦେବେ ରାଷ୍ଟ୍ରପତି । ଆସନ୍ତାକାଲି ଅପରାହ୍ନ ୪ଟା ୩୦ରୁ ୫ଟା ୩୦ ଯାଏଁ ଗୋଟିଏ ଘଣ୍ଟା ଧରି ଗୃହରେ ଉଦବୋଧନ ରଖିବେ ରାଷ୍ଟ୍ରପତି, ଯାହା ବିଧାନସଭା ଇତିହାସରେ ପ୍ରଥମ । ଏହାକୁ ବେଶ ସ୍ମରଣୀୟ କରିବା ପାଇଁ ଭିତର ଠାରୁ ବାହାର ପର୍ଯ୍ୟନ୍ତ ସଜେଇ ହେଲାଣି ବିଧାନସଭା । 

ଏହାରି ଭିତରେ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ସରକାର । ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧୀ ଦଳ । ଗୃହ କାର୍ଯ୍ୟ ସୁରୁଖୁରରେ ଚଳାଇବା ପାଇଁ ସହଯୋଗ ଲୋଡିବେ ବାଚସ୍ପତି । ପ୍ରଥମଥର ପାଇଁ ଓଡିଶା ବିଧାନସଭା ଇତିହାସରେ ଗୃହକୁ ଉଦବୋଧନ କରିବେ ରାଷ୍ଟ୍ରପତି । ତେବେ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏଥିପାଇଁ ୩୩ ପ୍ଲାଟୁନ୍‌ ପୁଲିସ ଫୋର୍ସ, ଷ୍ଟ୍ରାଇକିଂ ଫୋର୍ସ, ବୋମା ନିଷ୍କ୍ରିୟକାରୀ ଦଳ ସଜାଗ ହୋଇ ଅଛନ୍ତି । ପ୍ରାୟ ଗୋଟିଏ ମାସ ଧରି ଚାଲିବ ବିଧାନସଭାର ଶୀତ ଅଧିବେଶନ । ହେଲେ ସରକାରଙ୍କୁ ଗୃହରେ ଘେରିବାକୁ ସଜବାଜ ହେଲେଣି ବିରୋଧୀ ବିଜେଡି ଓ କଂଗ୍ରେସ । ସେପଟେ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ବିରୋଧୀଙ୍କ ସବୁ ପ୍ରଶ୍ନର ଉତ୍ତର ଦେବାକୁ ସରକାର ପ୍ରସ୍ତୁତ ଅଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)