ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ଏଥର କଂସ ଭୂମିକାରେ ଅଭିନୟ କରିବେ ସୁଶୀଲ ମେହେର ।

ଅକ୍ଷର ବ୍ୟୁରୋ: ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ କଂସ ଭୂମିକା ଚୟନ । ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଇଁ କଂସ ଭୂମିକାରେ ଅଭିନୟ କରିବେ ସୁଶୀଲ ମେହେର । ୩ ବର୍ଷ ପାଇଁ କଂସ ଭୂମିକାରେ ଅଭିନୟ କରିବେ ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଚିଚିଣ୍ତା ଗ୍ରାମର ସୁଶୀଲ ମେହେର । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କଳାକାର ସମନ୍ୱୟ କମିଟିର ଆବାହକ ତଥା ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର । ୩୫ ଜଣ କଳାକାରଙ୍କୁ ପଛରେ ପକାଇ ବିଚାରକ ମଣ୍ଡଳୀର ହୃଦୟ ଜିଣିଲେ ସୁଶିଲ ମେହେର । ବରଗଡ଼ ଜିଲ୍ଲା ତଥା ଜିଲ୍ଲା ବାହାରର ଅନେକ ସ୍ଥାନରେ କଂସ, ରାବଣ ଭଳି ବିଭିନ୍ନ ଚରିତ୍ରରେ ଅଭିନୟ କରିଥିଲେ ସୁଦ୍ଧା ପ୍ରଥମ ଥର ବିଶ୍ଵ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ମହୋତ୍ସବରେ କଂସ ଭୂମିକାରେ ଅଭିନୟ କରିବେ ସୁଶୀଲ ମେହେର । ୪୪ ଜଣ କଳାକାର କଂସ ଭୂମିକା ପାଇଁ ଆବେଦନ କରିଥିବା ବେଳେ ୩୬ ଜଣ କଳାକାର ଅଡିସନରେ ଭାଗ ନେଇଥିଲେ । ସେଥି ମଧ୍ୟରୁ ସୁଶିଲ ମେହେର ହେବେ ବରଗଡ଼ ଧନୁଯାତ୍ରାର କଂସ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)