ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼; ମରିଚିକୋଟ ଛକ ଠାରୁ ଗାଡି ମୋଟର ଯାତାୟାତ ବନ୍ଦ କଲେ ପୁରୀ ଏସ୍ପି ।

ଅକ୍ଷର ବ୍ୟୁରୋ: ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼ । ରବିବାର ସାଙ୍ଗକୁ ସଂକ୍ରାନ୍ତି ପଡୁଥିବାରୁ ଶ୍ରୀମନ୍ଦିରରେ ପ୍ରବଳ ଗହଳି ହୋଇଛି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭିଡ଼ ଏତେ ଥିଲା ଯେ ସିଂହଦ୍ୱାର ଠାରୁ ମରିଚିକୋଟ ଛକ ପର୍ଯ୍ୟନ୍ତ ଲାଇନ ଲାଗିଥିଲା । ଭକ୍ତମାନେ ଦୀର୍ଘ ସମୟ ଧରି ଧାଡିରେ ଅପେକ୍ଷା କରି ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି । ସେପଟେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ପୋଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରଯାଇଛି । ଭିଡ଼କୁ ଦୃଷ୍ଟିରେ ରଖି ମରିଚିକୋଟ ଛକ ଠାରୁ ଗାଡି ମୋଟର ଯାତାୟାତ ବନ୍ଦ କରାଯାଇଥିବା କହିଛନ୍ତି ପୁରୀ ଏସ୍ପି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)