ଅକ୍ଷର ବ୍ୟୁରୋ: ଜୀବନ୍ତ ଜଳିଗଲେ ବାପା-ପୁଅ । ଦୋକାନ ଭିତରେ ଶୋଇଥିବାବେଳେ ଲାଗିଲା ନିଆଁ । ଏହି ଅଘଟଣ ଘଟିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଳକ ସାନପଦର ଗାଁରେ । ସାନପଦର ବଜାରରେ ବାପା-ପୁଅ ଚା ଦୋକାନ ସହ ଭେରାଇଟି ଷ୍ଟୋର କରିଥିଲେ । ଉଭୟ ଦୋକାନ ଭିତରେ ଶୋଇଥିବାବେଳେ ନିଆଁ ଲାଗିଯାଇଥିଲା । ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ସାନପଦର ଗାଁର ରାଜେଶ କୁମାର ସାହୁ ଓ ତାଙ୍କ ପୁଅ ଲକ୍ଷ୍ମୀଧର ସାହୁ । ସୂଚନା ଅନୁସାରେ ବିଳମ୍ବିତ ରାତିରେ ଦୋକାନରେ ହଠାତ୍ ନିଆଁ ଲାଗି ଯାଇଥିଲା । ଫଳରେ ଶୋଇଥିବା ଅବସ୍ଥାରେ ହିଁ ବାପ ପୁଅ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ହେଲେ କିଭଳି ସ୍ଥିତିରେ ନିଆଁ ଲାଗିଲା ତାହା ଜଣାପଡ଼ିନାହିଁ ।
ଦୋକାନରେ ଶୋଇଥିବାବେଳେ ଲାଗିଲା ନିଆଁ; ଜୀବନ୍ତ ଜଳିଗଲେ ବାପା-ପୁଅ ।












Leave a Reply