ଅକ୍ଷର ବ୍ୟୁରୋ: ନୟାଗଡ଼ ଟାକରା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ୫୭ ନମ୍ବର ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା । ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ରାସ୍ତା କଡ଼ରେ ଥିବା ଏକ ବଡ଼ ପଥର ସହ ଧକ୍କା ହୋଇ ଓଲଟିପଡ଼ିଥିଲା ତୀର୍ଥଯାତ୍ରୀ ବସ୍ । ତେବେ ଗୁରୁତର ଆହତ ମାନଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।
ବିଳମ୍ବିତ ରାତି ୧ ଟାରେ ଏହି ଦୁର୍ଘଟଣା ଘଟିଛି । ବ୍ରହ୍ମପୁର ଅଞ୍ଚଳରୁ ପ୍ରାୟ ୬୦ ଜଣଙ୍କୁ ନେଇ ହରିଶଙ୍କର ଯାଉଥିଲା ଏହି ଘରୋଇ ବସ୍ । ଟାକରା ଘାଟି ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ବଡ଼ ପଥରକୁ ଜୋରରେ ଧକ୍କା ଦେଇଥିଲା ବସଟି । ପୁଲିସ ଘଟଣାସ୍ଥଳରେ ପହଁଚି ମୃତଦେହ ଉଦ୍ଧାର କରିବା ସହ ଆହତଙ୍କୁ ମେଡିକାଲ ପଠାଇଛି । ଘଟଣାସ୍ଥଳରେ ୩ ଜଣ ମହିଳା ଓ ଡ୍ରାଇଭର ସମେତ ୨ ଜଣ ପୁରୁଷଙ୍କର ମୃତ୍ୟୁ ହୋଇଛି । ଦଶପଲ୍ଲା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ମୃତକମାନେ ହେଲେ ହରି ପାତ୍ର, ଲକ୍ଷ୍ମୀ ପାତ୍ର, ସୁପ୍ରଭା ସାହୁ, ସୁମତି ସାହୁ ଓ ଡ୍ରାଇଭର ପ୍ରବୀଣ ସାହୁ ।












Leave a Reply