ଅକ୍ଷର ବ୍ୟୁରୋ: ସପ୍ତାହେ ଯାଏଁ ତାତିରୁ ନିସ୍ତାର ନାହିଁ । ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେବ ଉପକୂଳ ଓଡ଼ିଶା । ପଣା ସଂକ୍ରାନ୍ତିଠାରୁ ଆହୁରି ଜାଳିବ ଓଡ଼ିଶା । ଆସନ୍ତା ମଙ୍ଗଳବାର ଯାଏଁ ରାଜ୍ୟରେ ଗ୍ରୀଷ୍ମଲହରୀ ଲାଗିପାରେ । ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ଖରା ଓ ତାତି ଅନୁଭୂତ ହେବ । ଏଭଳି ଆକଳନ କରିଛି ପାଣିପାଗ ବିଭାଗ । ସୋମବାରଠାରୁ ଦିନ ତାପମାତ୍ରା ୪ରୁ ୬ ଡିଗ୍ରୀ ବଢ଼ିବ ବୋଲି ଆକଳନ କରାଯାଇଛି । ତେବେ ଆଜି ପାଇଁ ୧୧ ଜିଲ୍ଲାକୁ ଗରମ ଓ ଗୁଳୁଗୁଳି ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ରବିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଭୀଷଣ ଗରମ ଓ ଗୁଳୁଗୁଳି ଅନୁଭୂତ ହୋଇପାରେ । ୧୩ ତାରିଖ ମଧ୍ୟ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳ ଗରମ ହେବ । ସମ୍ବଲପୁର, ବଲାଙ୍ଗିର ଓ ବରଗଡ଼ରେ ଗ୍ରୀଷ୍ମଲହରୀ ରହିପାରେ । ୧୪ ତାରିଖ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଭୀଷଣ ଗରମ ଓ ଗୁଳୁଗୁଳି ହୋଇପାରେ । ସମ୍ବଲପୁର, ବଲାଙ୍ଗିର ଓ ବରଗଡ଼ରେ ଗ୍ରୀଷ୍ମଲହରୀ ଜାରି ରହିବ । ୧୫ ଓ ୧୬ ତାରିଖରେ ବି ଗରମରୁ ତ୍ରାହି ମିଳିବନି । ଶନିବାର ବୌଦ୍ଧରେ ଦିନ ତାପମାତ୍ରା ସର୍ବାଧିକ ୩୯.୩ ଡିଗ୍ରୀ ରହିଥିଲା । ପାରଳାଖେମୁଣ୍ଡିରେ ୩୯, ହୀରାକୁଦରେ ୩୮.୮, ଝାରସୁଗୁଡ଼ାରେ ୩୮.୪, ତାଳଚେର, ନୟାଗଡ଼ ଓ ଭବାନୀପାଟଣାରେ ୩୮ ଡିଗ୍ରୀ ଥିଲା ।












Leave a Reply