ଗରମ ଓ ଗୁଳୁଗୁଳି ସାଙ୍ଗକୁ କାଳବୈଶାଖୀର ଚେତାବନୀ; ଆସନ୍ତା ୨୪ଘଣ୍ଟାରେ ବର୍ଷା, ବିଜୁଳି ସହ ଘଡ଼ଘଡ଼ି ସମ୍ଭାବନା ।

ଅକ୍ଷର ବ୍ୟୁରୋ: ଗରମ ଓ ଗୁଳୁଗୁଳି ସାଙ୍ଗକୁ କାଳବୈଶାଖୀର ଚେତାବନୀ । ଆସନ୍ତା ୨୪ ଘଣ୍ଟାରେ ବର୍ଷା, ବିଜୁଳି ସହ ଘଡ଼ଘଡ଼ି ସମ୍ଭାବନା । ଘଣ୍ଟା ପ୍ରତି ପବନର ବେଗ ୪୦-୫୦କି.ମି ଯାଏଁ ବହିବ । ଏ ନେଇ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର । ଜିଲ୍ଲା ଗୁଡ଼ିକ ହେଲା ମୟୂରଭଞ୍ଜ, କେଉଁଝର, ଭଦ୍ରକ, ବାଲେଶ୍ୱର । ସେହିପରି ଯାଜପୁର, କେନ୍ଦ୍ରାପଡା, କଟକ, ଜଗସତିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ, ସମ୍ବଲପୁର, ବଲାଙ୍ଗୀର, କଳାହାଣ୍ଡି, ରାୟଗଡା ଓ କୋରାପୁଟ ଜିଲ୍ଲାରେ ମଧ୍ୟ କାଳବୈଶାଖୀ ପ୍ରଭାବ ଦେଖାଦେଇପାରେ ।

ଏଥିସହ ବଲାଙ୍ଗୀର କଳାହାଣ୍ଡି ଓ ସମ୍ବଲପୁର ଜିଲ୍ଲାରେ ହିଟ୍ ୱେଭ ସ୍ଥିତି ସୃଷ୍ଟି ହେବ । ସେହିପରି ଉଷ୍ମ ଓ ଆଦ୍ରତା ସ୍ଥିତି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର । ସେହିପରି ଆସନ୍ତା ୨୪ ତାରିଖ ଯାଏଁ ଏଭଳି ପାଗ ଲାଗି ରହିବ ବୋଲି ପାଣିପାଗ ବିଭାଗ କହିଛି । ଗତ ୨୪ ଘଣ୍ଟାରେ ଟିଟିଲାଗଡ଼ ସହରରେ ସର୍ବାଧିକ ତାପମାତ୍ରା ୪୩.୭ଡିଗ୍ରୀ ରେକର୍ଡ ହୋଇଥିବାବେଳେ ୧୪ ଜିଲ୍ଲାରେ ୪୦ତଥା ତା’ଠାରୁ ଅଧିକ ତାପମାତ୍ରା ରେକର୍ଡ଼ ହୋଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)