ରେଲୱେ ଓଭରବ୍ରିଜରେ ଭାରସାମ୍ୟ ହରାଇ ସୁରକ୍ଷା ବାଡ଼କୁ ଧକ୍କା ଦେଲା ବୋଲେରୋ ।

ଅକ୍ଷର ବ୍ୟୁରୋ: ଶୁକ୍ରବାର ବିଳମ୍ବିତ ରାତିରେ ରେଲୱେ ଓଭରବ୍ରିଜ ଉପରେ ଭାରସାମ୍ୟ ହରାଇ ସୁରକ୍ଷା ବାଡ଼କୁ ଧକ୍କା ଦେଇଛି ବୋଲେରୋ । ଯାଜପୁର ରୋଡ଼ ନହକାଗୋଲେଇରୁ ଦଳାଛକ ଆଡ଼କୁ ଯାଉଥିବା ଏକ ବୋଲେରୋ(ଓଆର-୦୨ବିଏମ-୩୨୬୬) ଭାରସାମ୍ୟ ହରାଇ ସୁରକ୍ଷା ବାଡ଼କୁ ଧକ୍କା ଦେଇଛି । ଫଳରେ ସୁରକ୍ଷା ବାଡ଼ ଭାଙ୍ଗି ବୋଲେରୋଟି ରେଳ ଧାରଣା ଉପରେ ଝୁଲି ରହିଛି । ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ଯାଜପୁର ରୋଡ଼ ପୋଲିସ ପହଞ୍ଚି ବୋଲେରୋ ଡ୍ରାଇଭରଙ୍କୁ ଉଦ୍ଧାର କରିଛନ୍ତି । ଡ୍ରାଇଭରଙ୍କ ବ୍ୟତୀତ ଗାଡ଼ିରେ ଆଉ କେହି ନଥିଲେ । ତେବେ ବୋଲେରୋଟି ରେଳ ଧାରଣା ଉପରେ ଝୁଲି ରହିଥିବାରୁ କୋରେଇ ପଟୁ ଆସୁଥିବା ଏକ ଟ୍ରେନକୁ ଅଟକା ଯାଇଛି । ପୋଲିସ କ୍ରେନ ସାହାଯ୍ୟରେ ବୋଲେରୋଟିକୁ ସେଠାରୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବା ଆଇଆଇସି ଆଶିଷ କୁମାର ସାହୁ ସୂଚନା ଦେଇଛନ୍ତି । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)