ଅକ୍ଷର ବ୍ୟୁରୋ: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଆସନ୍ତା ୧୩ରେ ଲଘୁଚାପ ସମ୍ଭାବନା । ଏନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇ କହିଛି, ସମୁଦ୍ର ପତନ ଠାରୁ ଦେଢ଼ କିମି ଉଚ୍ଚ ଯାଏଁ ଘୂର୍ଣ୍ଣିବଳୟ ବ୍ୟାପିଛି । ଏହା ଆହୁରି ଘନୀଭୂତ ହୋଇ ୧୨ କିମ୍ବା ୧୩ ତାରିଖ ବେଳକୁ ଲଘୁଚାପର ରୂପ ନେଇପାରେ । ପରେ ପରେ ଅବପାତର ରୂପ ନେବାର ମଧ୍ୟ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ଏହା ବାତ୍ୟା ରୂପ ନେବାର ସମ୍ଭାବନା କମ୍ ରହିଥିବା ଆଇଏମଡି ପକ୍ଷରୁ କୁହାଯାଇଛି ।
ଆଜି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୪୦ରୁ ୫୦ କିମି ବେଗରେ ପବନ ବହିବାର ଆଶଙ୍କା ଅଛି । ୧୦ ତାରିଖରେ ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୋନପୁର, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱରରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୧୧ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱରରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି । କୋରାପୁଟ, ମାଲକାନଗିରି, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ ଗଞ୍ଜାମର ବିକ୍ଷିପ୍ତ ସ୍ଥାନରେ ବର୍ଷା ହୋଇପାରେ । ତେବେ ଆସନ୍ତା ତିନି ଦିନରେ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ପ୍ରାୟ ୪ ଡିଗ୍ରୀ ଯାଏ ବଢ଼ିପାରେ । ତଥାପି ତାତି ୪୦ ଡିଗ୍ରୀ ତଳେ ରହିବ ବୋଲି ଆକଳନ ରହିଛି ।












Leave a Reply