ଅଟୋକୁ ପିଟିଲା ଯାତ୍ରୀବାହୀ ବସ୍; ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ।

ଅକ୍ଷର ବ୍ୟୁରୋ: ଅଟୋକୁ ପିଟିଲା ଯାତ୍ରୀବାହୀ ବସ୍ । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍ ଶିକୁଳା ନିକଟ ଲଡକାପଲ୍ଲୀ ଛକରେ ଶୁକ୍ରବାର ସକାଳ ପ୍ରାୟ ୧୦ଟାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅଟୋଟିକୁ ବସ୍ ଧକ୍କା ଦେବା ପରେ ଶହେ ମିଟର ଘୋଷାଡି ନେଇଥିଲା । ଘଟଣାସ୍ଥଳରେ ୬ଜଣଙ୍କ ଜୀବନ ଚାଲିଯାଇଛି । ଦୁର୍ଘଟଣାରେ ୫ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା ରହିଛି । ଘଟଣାସ୍ଥଳରେ ପୋଲିସ ଓ ଆମ୍ବୁଲାନ୍ସ ପହଞ୍ଚି ଗୁରୁତର ଆହତଙ୍କୁ ଊଦ୍ଧାର କରି କୋଦଳା ମେଡିକାଲକୁ ପଠାଇଛନ୍ତି । ବର୍ତ୍ତମାନ ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି ।

ସୂଚନା ଅନୁଯାୟୀ, ମୃତକଙ୍କ ମଧ୍ୟରେ ୪ ପୁରୁଷ, ୨ ଶିଶୁ ରହିଛନ୍ତି । ସମସ୍ତେ ଅଟୋ ଯାତ୍ରୀ ଓ ଏରେଣ୍ଡ୍ରା, ଚିକିଟି ଓ ପୁରୁଷୋତ୍ତମପୁର ଅଞ୍ଚଳର ଅଟନ୍ତି । ଏକ ଅଟୋ ଯୋଗେ ଏମାନେ ସିଂହାସିନୀ ପୀଠ ଅଭିମୁଖେ ଯାଉଥିଲେ । ଏକ ବସ୍ ଅଟୋକୁ ଦ୍ରୁତ ଗତିରେ ଆସି ଧକ୍କା ଦେବା ସହ କିଛି ଦୂର ଘୋଷାଡି ନେଇ ଏକ ଗଛ ସହ ପିଟି ଦେଇଥିଲା । ଗୁରୁତର ଆହତମାନଙ୍କ ମଧ୍ୟରୁ ୩ ଜଣଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।‌ ଅନ୍ୟ ୨ ଆହତ ମଧ୍ୟ ସେଠି ଚିକିତ୍ସିତ ହେଉଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)