ବର୍ଷା ପାଇଁ ଦୁଇଦିନ ବନ୍ଦ ରହିବ ଶିମିଳିପାଳ ଅଭ୍ୟାୟରଣ

ବର୍ଷା ପାଇଁ ଦୁଇଦିନ ବନ୍ଦ ରହିବ ଶିମିଳିପାଳ ଅଭ୍ୟାୟରଣ। ଆଜି ଓ ଆସନ୍ତାକାଲି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ। କାଳବୈଶାଖୀକୁ ଦୃଷ୍ଟିରେ ରଖି ୨ ଦିନ ପାଇଁ ବନ୍ଦ ନିଷ୍ପତ୍ତି ନିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ଶିମିଳିପାଳ RCCF। ଗତ ଦୁଇଦିନ ହେବ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ କୁଆପଥର ମାଡ଼ ହୋଇଛି । ଯାହାଫଳରେ ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା ପାଇଁ ବହୁ କ୍ଷୟକ୍ଷତି ହୋଇଛି।

ସୂଚନା ଅନୁଯାୟୀ, ଆସନ୍ତା ଦୁଇ ଦିନ ଯାଏଁ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ସେଥିପାଇଁ ଅଭ୍ୟାୟରଣକୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରେ ରଖି ବନ୍ଦ ରଖାଯାଇଛି। ଅନ୍ୟପଟେ ଗତକାଲି ବି ମୟୂରଭଞ୍ଜ ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ ରଚିଛି। ବିପର୍ଯ୍ୟୟ ଏତେ ଭୟଙ୍କର ଥିଲା ଯେ, ଅନେକଙ୍କ ଚାଳ ଛପର ସହ ଟାଇଲ ଆଜବେଷ୍ଟସ ଘର ଛାତ ଉଡିଯିବା ସହ ଅନେକ କାର, ବସ୍ କାଚ ଭାଙ୍ଗି ଚୁରମାର୍‌ ହୋଇଯାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)