ଖରାରୁ ମିଳିଲା ତ୍ରାହି। ଏବେ କିଛିଦିନ ଆସ୍ୱସ୍ତି ଅନୁଭବ କରିବେ ରାଜ୍ୟବାସୀ। ଆଜିଠୁ ୪ଦିନ ଯାଏଁ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀର ପ୍ରଭାବ ଅନୁଭୂତ ହେବ । ବର୍ଷା, ପବନ ସାଙ୍ଗକୁ କୁଆପଥର ମାଡ଼ ହେବାର ସମ୍ଭାବନା ଅଛି। ସେଥିପାଇଁ ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂଜାରି କରାଯାଇଛି। ଅରେଞ୍ଜ ୱାର୍ଣ୍ଣିଂ ଜିଲ୍ଲା ଗୁଡ଼ିକ ହେଉଛି ମୟୂରଭଞ୍ଜ, ଯାଜପୁର,କଟକ,ଢେଙ୍କାନାଳ,କେନ୍ଦ୍ରାପଡ଼ା, ଭଦ୍ରକ,ବାଲେଶ୍ୱର,ଜଗତସିଂହପୁର,ସୁନ୍ଦରଗଡ଼,ଦେବଗଡ଼,ଅନୁଗୁଳ ଓ କେନ୍ଦୁଝର। ସେହିପରି ଆଉ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାର। ଏସବୁ ଜିଲ୍ଲାରେ ପ୍ରବଳ ବର୍ଷା ଓ କୁଆ ପଥର ବର୍ଷା ହେବାର ସମ୍ଭାବନା ରହିଛି ।
ତେବେ ଦୀର୍ଘଦିନ ଧରି ଗ୍ରୀଷ୍ମ ପ୍ରବାହରେ ହନ୍ତସନ୍ତ ହେଉଥିଲେ ରାଜ୍ୟବାସୀ। ଏବେ କିଛିଦିନ ପାଇଁ ତ୍ରାହି ପାଇବେ ଲୋକେ। ବର୍ଷାରେ ଭିଜିବ ସାରା ଓଡିଶା। ଉତ୍ତରଓଡିଶା ସହ ପ୍ରାୟ ସବୁ ସ୍ଥାନରେ ଝିପିଝିପି ବର୍ଷା ସହ ଘଡଘଡି ମଧ୍ୟ ଦେଖାଯିବ। ଯାତାୟତରେ ଟିକେ ବାଧ୍ୟାପ୍ରାତ ହେବ। ଏବଂ କିଛିଦିନ ପରେ ତାପମାତ୍ରା ପୁଣି ପୂର୍ବାସ୍ଥାକୁ ଫେରିବ ବୋଲି କହିଛି ପାଣିପାଗ ବିଭାଗ।












Leave a Reply