ମୟୂରଭଞ୍ଜରେ ତାଣ୍ଡବ ରଚୁଛି କାଳବୈଶାଖୀ

ମୟୂରଭଞ୍ଜ ଜିଲ୍ଲା ବାରିପଦା ଅଞ୍ଚଳରେ ଘଟିଛି କାଳବୈଶାଖୀର ତାଣ୍ଡବ। ସବୁକିଛି ଛାରଖାର କରିଦେଇଛି ପ୍ରକୃତିର ତାଣ୍ଡବ। ଆକାଶରେ ନଥିଲା କଳାବାଦଳ, ଧୁ ଧୁ ଖରାରେ ଆଉଟୁପାଉଟୁ ହେଉଥିଲେ ଲୋକେ। ଠିକ୍ ସଂନ୍ଧ୍ୟା ସମୟରେ କଳାଅନ୍ଧାର କରି ଆକାଶରେ କାଳବୈଶାଖୀ ବର୍ଷା ମାଡ଼ିଆସିଥିଲା। କାହିଁ କେଉଁଆଡ଼ୁ ମାଡିଆସିଲା ପବନ ସହ ପ୍ରବଳ କୁଆପଥର ବର୍ଷା। ମାତ୍ର କିଛି ସମୟ ଭିତରେ ଏଠି ସରିଗଲା ସବୁକିଛି। କୁଆପଥର ମାଡ଼ ଏତେ ଭୟଙ୍କର ଥିଲା ଯେ, କୁହାଯାଉଛି ଗୋଟିଏ ଗୋଟିଏ କୁଆପଥର ୭ରୁ ୮ କେଜି ଯାଏଁ ଓଜନ ଥିଲା। ଅନେକ ଚାଳ ଛପର ଉଡ଼ିଯାଇଛି, ଟାଇଲ ଆଜବେଷ୍ଟସ ମଧ୍ୟ ଭାଙ୍ଗିଯାଇଛି। ବଡ ବଡ ଗଛ ମଧ୍ୟ ଉପୁଡିଯାଇଛି।

କୁଆପଥର ମାଡ଼ରେ ଲୋକ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। କାହାର ମୁଣ୍ଡ ଫାଟିଛି ତ ପୁଣି କାହା ଶରୀରରେ ଲାଗିଛି ଗଭୀର ଆଘାତ । ଏମିତିକି ଶତାଧିକ ବାଇକ୍ ଓ କାର ଆଦିର କାଚ ମଧ୍ୟ ଭାଙ୍ଗିରୁଜି ଚୁରମାର ହୋଇଯାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)