ଆଫ୍ରିକାରେ ଭାରତର ବଡ଼ ସଫଳତା: କେନିଆର ନମ୍ବର-୧ ପେଟ୍ରୋଲିୟମ୍ ସପ୍ଲାୟର୍ ହେଲା ଭାରତ

ନୂଆଦିଲ୍ଲୀ: ଆଫ୍ରିକୀୟ ବଜାରରେ ଭାରତର ବଢ଼ିଲା ପ୍ରଭାବ। କେନିଆର ସବୁଠୁ ବଡ଼ ପେଟ୍ରୋଲିୟମ୍ ଉତ୍ପାଦ ଯୋଗାଣକାରୀ ଭାବେ ଭାରତ ଉଭା ହୋଇଛି। ପେଟ୍ରୋଲ୍‌, ଡିଜେଲ୍‌ ସମେତ ବିଭିନ୍ନ ପେଟ୍ରୋଲିୟମ୍ ଉତ୍ପାଦ ରପ୍ତାନିରେ ଭାରତର ଭୂମିକା ଦ୍ରୁତ ବଢ଼ିବା ପରେ କେନିଆର ଆମଦାନି ବଜାରରେ ଭାରତ ଶୀର୍ଷ ସ୍ଥାନକୁ ଉଠିଛି। ପୂର୍ବରୁ କେନିଆର ପେଟ୍ରୋଲିୟମ୍ ଆବଶ୍ୟକତା ପୂରଣରେ ୟୁଏଇ ଓ ସାଉଦି ଆରବ ଭଳି ଦେଶର ପ୍ରମୁଖ ଭୂମିକା ଥିଲା। କିନ୍ତୁ ଭାରତୀୟ ରିଫାଇନେରୀଗୁଡ଼ିକରୁ ଆଫ୍ରିକାକୁ ଇନ୍ଧନ ରପ୍ତାନି ବଢ଼ିବା ସହ କେନିଆରେ ଭାରତୀୟ ପେଟ୍ରୋଲିୟମ୍ ଉତ୍ପାଦର ଚାହିଦା ମଧ୍ୟ ବଢ଼ିଛି।

ଭାରତ ନିଜର ବିଶାଳ ରିଫାଇନିଂ କ୍ଷମତାକୁ ଉପଯୋଗ କରି ଏସିଆ ସହ ଆଫ୍ରିକାର ବିଭିନ୍ନ ଦେଶକୁ ଇନ୍ଧନ ଯୋଗାଣ ବଢ଼ାଉଛି। କେନିଆରେ ନମ୍ବର-୧ ପେଟ୍ରୋଲିୟମ୍ ସପ୍ଲାୟର୍ ହେବା ଭାରତର ବଢ଼ୁଥିବା ରପ୍ତାନି କ୍ଷମତା ଓ ବିଶ୍ୱ ଇନ୍ଧନ ବଜାରରେ ବଢ଼ୁଥିବା ପ୍ରଭାବର ଏକ ବଡ଼ ସଙ୍କେତ ବୋଲି କୁହାଯାଉଛି। ବିଶ୍ୱ ଇନ୍ଧନ ବଜାରରେ ନୂଆ ସମୀକରଣ ମଧ୍ୟରେ ଆଫ୍ରିକୀୟ ଦେଶଗୁଡ଼ିକ ସହ ଭାରତର ଇନ୍ଧନ ବାଣିଜ୍ୟ ଆଗାମୀ ଦିନରେ ଆହୁରି ବଢ଼ିବାର ଆଶା ରହିଛି। କେନିଆରେ ଭାରତର ଏହି ସଫଳତା ଆଫ୍ରିକାରେ ଭାରତୀୟ ଇନ୍ଧନ ବାଣିଜ୍ୟର ବଢ଼ୁଥିବା ପ୍ରଭାବକୁ ଆହୁରି ସ୍ପଷ୍ଟ କରିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial