ମାଥିଲି: ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ବଳଦିଆଗୁଡା ମୁଖ୍ୟରାସ୍ତାରେ ଆଜି ସକାଳୁ ଘଟିଛି ଏକ ଦୁର୍ଘଟଣା। ଭାରସାମ୍ୟ ହରାଇ ଏକ କାର୍ ରାସ୍ତାକଡ଼ରେ ଥିବା ଗଛରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ କାର୍ ଚାଳକ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଆଜି ସକାଳୁ କାର୍ ଚାଳକ ମାଲକାନଗିରିରୁ ଜୟପୁର ଅଭିମୁଖେ ଯାଉଥିଲେ। ମାଥିଲି ବ୍ଲକ ବଳଦିଆଗୁଡା ମୁଖ୍ୟରାସ୍ତାରେ ହଠାତ୍ କାର୍ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଗଛରେ ଜୋରରେ ପିଟି ହୋଇଥିଲା। ଦୁର୍ଘଟଣାରେ ଚାଳକ ଗୁରୁତର ଆହତ ହୋଇଥିଲେ। ଗୁରୁତର ଆହତ ଚାଳକଙ୍କୁ ଚିକିତ୍ସା ପାଇଁ ଜୟପୁରକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ଭାରସାମ୍ୟ ହରାଇବା ଯୋଗୁଁ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି।
ଗଛରେ ପିଟିହେଲା କାର୍, ଚାଳକ ଗୁରୁତର














Leave a Reply