ଢେଙ୍କାନାଳ ପାଣିଓହଳା ପାହାଡ଼ରେ ନିଆଁ; ଜଳିଗଲା ବହୁ ମୁଲ୍ୟବାନ ଗଛ

ଢେଙ୍କାନାଳ ପାଣିଓହଳା ପାହାଡ଼ରେ ନିଆଁ । ଭୟଙ୍କର ନିଆଁରେ ଜଳିଗଲା ଶାଗୁଆନ, ଶାଳ, ଶିଶୁ ପରି ବହୁ ମୁଲ୍ୟବାନ ଗଛ । ଢେଙ୍କାନାଳ ଆଇଆଇଏମସି କେନ୍ଦ୍ର ତଥା ରାଜନଅର ପଛପଟ ପାହଡରେ ଅଗ୍ନିକାଣ୍ତ ଘଟିଥିଲା । ପରେ ଅଗ୍ନିଶମ ବିଭାଗ ଓ ଜଙ୍ଗଲ ବିଭାଗକୁ ଆଇଆଇଏମସି କେନ୍ଦ୍ର ସଂଯୋଜକ ଜିତେନ୍ଦ୍ର ପତି ଖବର ସୂଚନା ଦେଇଥିଲେ । ପ୍ରାୟ ଦେଢ ଘଣ୍ଟା ପରେ ନିଆଁ ଆୟତ୍ତ କରାଯାଇଥିଲା । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଅଗ୍ନିକାଣ୍ଡରେ କୌଣସି ବନ୍ୟ ଜୀବଜନ୍ତୁଙ୍କର ମୃତ୍ୟୁ ହୋଇ ନାହିଁ । ପାଣିଓହଳା ପାହାଡ଼ ପ୍ରବଳ ଗ୍ରୀଷ୍ମପ୍ରବାହ ସମୟରେ ତାପମାତ୍ରାକୁ ନିୟନ୍ତ୍ରଣ କରିଥାଏ । ତେବେ ପୂର୍ବରୁ ମଧ୍ୟ ଏହି ଜଙ୍ଗଲରେ ଅନେକ ଥର ନିଆଁ ଲାଗି ଥିବାର ଘଟଣା ସାମ୍ନାକୁ ଆସିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)