ରାଜ୍ୟରେ ୩ଦିନ ଯାଏଁ କାଳବୈଶାଖୀ; ୨୦ ତାରିଖରୁ ବଢ଼ିବ ତାତି ।

କାଳବୈଶାଖୀର ପ୍ରଭାବ କମିବ ବଢ଼ିବ ତାତି। ତିନି ଦିନ ପରେ ରାଜ୍ୟରେ ପୁଣି ବଢିବ ତାତି। ବର୍ତ୍ତମାନ କାଳବୈଶାଖୀ ପ୍ରଭାବରେ ତାତି ହ୍ରାସ ପାଇବା ସହ ଆଶ୍ଵସ୍ଥ ହୋଇଛନ୍ତି ଲୋକେ । କିନ୍ତୁ, ଆଗାମୀ ୩ ଦିନ ପରେ ବର୍ଷାର ପ୍ରଭାବ କମିବା ସହ ୨୦ ତାରିଖରୁ ରାଜ୍ୟରେ ତାତି ବଢ଼ିବା ନେଇ ପୂର୍ବାନୁମାନ କରାଯାଇଛି। ଏମିତିକି ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିପାରେ। ବର୍ତ୍ତମାନ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ତଳେ ରହୁଛି।

ପାଣିପାଗ ପକ୍ଷରୁ କାଳବୈଶାଖୀ ନେଇ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି। ଆଜି ଓ ଆସନ୍ତାକାଲି ଝଡ଼ବର୍ଷାର ପ୍ରଭାବ ଅଧିକ ରହିବ। କିଛି ସ୍ଥାନରେ ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ନେଇ ସତର୍କତା ଜାରି କରାଯାଇଛି। ଆଜି ପାଇଁ ଉତ୍ତର ଉପକୂଳ ଓ ଦକ୍ଷିଣ ଓଡ଼ିଶାକୁ ଆଲର୍ଟ ଜାରି କରାଯାଇଛି। ୧୭ ଜିଲ୍ଲାକୁ ଝଡ଼ବର୍ଷା ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)