ରାଜ୍ୟରେ ଆଜିଠାରୁ କାଳବୈଶାଖୀ; ହେଲେ ଗୁଳୁଗୁଳିରୁ ମିଳିବନି ତ୍ରାହି।

ରାଜ୍ୟରେ ଆଜିଠାରୁ କାଳବୈଶାଖୀ। ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ଗୁରୁବାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ ଓ ମୟୂରଭଞ୍ଜରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ପବନର ଝଟ୍‌କା ୪୦ରୁ ୫୦ କିମି ଛୁଇଁପାରେ। ଶୁକ୍ରବାର ଓ ଶନିବାର ମଧ୍ୟ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ। ୨୧ ତାରିଖରେ ରାଜ୍ୟର ପ୍ରାୟ ସବୁଠି ତାପମାତ୍ରା ୨ ଡିଗ୍ରୀ ଯାଏ କମିବ। ୨୪ରେ ଉପକୂଳ ଓ ସଂଲଗ୍ନ କେନ୍ଦ୍ରୀୟ ଓଡ଼ିଶାରେ ୩ ଡିଗ୍ରୀରୁ ଅଧିକ କମିବ। ୨୫ରୁ ପଶ୍ଚିମ ଓଡ଼ିଶାରେ ୩ ଡିଗ୍ରୀରୁ ଅଧିକ କମିପାରେ। ବର୍ଷା ପାଇଁ ଚତୁର୍ଥ ସପ୍ତାହରୁ ତାତି କମିବ। ତାତି କମିବ ହେଲେ ଗୁଳୁଗୁଳିରୁ ତ୍ରାହି ମିଳିବନି। ପାଣିପାଗ ବିଭାଗ ପକ୍ଷରୁ ଏଭଳି ପୂର୍ବାନୁମାନ କରିଛନ୍ତି।

୧୫ ତାରିଖରୁ ୧୭ ତାରିଖ ଯାଏ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ । ୨୧ ତାରିଖରେ ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ମୟୂରଭଞ୍ଜରେ ସ୍ୱଳ୍ପ ବର୍ଷା ସମ୍ଭାବନା ଅଛି । କିଛି ସ୍ଥାନରେ ଘଡ଼ଘଡ଼ି ସହ ମଧ୍ୟମ ବର୍ଷା ହୋଇପାରେ । ୨୧ରୁ ୨୪ ତାରିଖ ଯାଏ ଉପକୂଳ ଓଡ଼ିଶା, ୨୪ରେ ପଶ୍ଚିମ ଓଡ଼ିଶାକୁ ଛାଡ଼ି ଅନ୍ୟ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ୨୫ ଓ ୨୬ରେ ଦକ୍ଷିଣ ଓଡ଼ିଶାରେ ପ୍ରାକ୍‌ ମୌସୁମୀ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବୁଧବାର ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି। ଦିନବେଳା ବି ଅଧିକାଂଶ ସ୍ଥାନର ତାପମାତ୍ରା ୨ରୁ ୩ ଡିଗ୍ରୀ କମିଛି। ବୌଦ୍ଧର ଦିନ ତାପମାତ୍ରା ସର୍ବାଧିକ ୪୨.୫ ଡିଗ୍ରୀ ରହିଛି। ସମ୍ବଲପୁର ଓ ବରଗଡ଼ରେ ୪୦.୬ ଡିଗ୍ରୀ, ବଲାଙ୍ଗୀରରେ ୪୦.୨, ନୂଆପଡ଼ାରେ ୪୦ ଡିଗ୍ରୀ ରେକର୍ଡ ହୋଇଛି। ଉପକୂଳ ଓଡ଼ିଶାର ସବୁ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଥିଲା।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)