ଦୁର୍ବଳ ହେଲା ଦକ୍ଷିଣ-ପଶ୍ଚିମ ମୌସୁମୀ । ରାଜ୍ୟରେ ପୁଣି ଉପର ମୁହାଁ ତାତି । ଉପକୂଳ ଜିଲ୍ଲାରେ ତାତି ସହ ଅସହ୍ୟ ଗୁଳୁଗୁଳି ହେଉଛି । ବର୍ତ୍ତମାନ ସୁଦ୍ଧା ୩୭ ଡିଗ୍ରି ଟପିସାରିଲାଣି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା । ଆଜି ଦିନ ୧୧ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୩୭.୪ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି । ତେବେ ଗତକାଲି ଏହି ସମୟରେ ଭୁବନେଶ୍ୱରର ତାପମାତ୍ରା ୩୬.୪ ଡିଗ୍ରି ରେକର୍ଡ ହୋଇଥିଲା ।
ଅନ୍ୟପଟେ ଆଜି କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରି ସତର୍କ କରିଛି ପାଣିପାଗ କେନ୍ଦ୍ର । ଏହି ଜିଲ୍ଲା ଗୁଡ଼ିକ ହେଉଛି-: ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଜପତି ଓ ଗଞ୍ଜାମ । ମଧ୍ୟାହ୍ନ/ସନ୍ଧ୍ୟା ସମୟରେ ଏହିସବୁ ଜିଲ୍ଲା ଗୁଡ଼ିକର ଗୋଟିଏ କିମ୍ବା ୨ଟି ସ୍ଥାନରେ ବର୍ଷା, ଘଡ଼ଘଡ଼ି ସହ ଝଟକା ପବନ ୩୦-୪୦ କିଲୋମିଟର ଘଣ୍ଟା ପ୍ରତି ବେଗରେ ହେବାର ସମ୍ଭାବନା ରହିଛି । ତେଣୁ ବିଭିନ୍ନ ଜିଲ୍ଲାକୁ ଏହି ସମୟରେ ସତର୍କ ରହିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।












Leave a Reply