ଟ୍ରଲରକୁ ଧକ୍କା ଦେଲା ଆମ ବସ୍ । ୧୪ ଯାତ୍ରୀ ଆହତ । ୧୬ ନମ୍ବର ଜାତୀୟ ରାଜପଥର ଟାଙ୍ଗୀ ଥାନା ଚଟିଲୋ ଗଡ଼ା ଛକ ନିକଟରେ ଦୁର୍ଘଟଣା ଘଟିଛି । ୧୨ ଜଣଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଅନ୍ୟ ଦୁଇ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ଟାଙ୍ଗୀ ଥାନା ପୋଲିସ ।
ସେହିପରି ଜୁଲାଇ ୧୪ରେ ବାରଙ୍ଗ ବ୍ଲକ ଛକ ନିକଟରେ ଭୁବନେଶ୍ୱରରୁ କଟକ ଯାଉଥିବା ବେଳେ ବାଇକକୁ ଚାପି ଦେଇଥିଲା ଆମ ବସ୍ । ଘଟଣାସ୍ଥଳରେ ଯୁବକ ଜଣକର ମୃତ ଘଟିଥିଲା । ଉତ୍ୟକ୍ତ ଲୋକେ ବସ ଭଙ୍ଗାରୁଜା କରିଥିଲେ । ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଥିଲା । ଖବର ଅନୁସାରେ ଯୁବକ ଜଣକ ଭୁବନେଶ୍ୱର ପଟୁ କଟକ ଅଭିମୁଖେ ଯାଉଥିଲେ । ୧୮ନଂ ରୁଟ ଆମ ବସ୍ ଧକ୍କାରେ ଏଭଳି ଦୁର୍ଘଟଣା ହୋଇଥିଲା । ମୃତ ଯୁବକ ଜଣକ ହେଲେ ଶୁଭେନ୍ଦୁ ପରିଡ଼ା । ସେ କଟକ ରାଣୀହାଟ ବେହେରା ସାହି ଅଞ୍ଚଳର ବୋଲି ସୂଚନା ମିଳିଥିଲା ।












Leave a Reply