ଅକ୍ଷର ବ୍ୟୁରୋ: ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବିଦାୟ ପାଇଁ ପାଗ ଅନୁକୂଳ ରହିଛି । ଏ ସମୟରେ ଗଞ୍ଜାମରେ ଚାଲିଛି ବର୍ଷା । ଆସନ୍ତା ୨ ଦିନ ପର୍ଯ୍ୟନ୍ତ କିଛି ଜିଲ୍ଲାରେ ମେଘୁଆ ପାଗ, ଘଡ଼ଘଡ଼ି, ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି । ଝଟକା ପବନ ଘଣ୍ଟାପ୍ରତି ୩୦-୪୦ କିମି ବେଗରେ ବହିବ । ଆସନ୍ତା ବୁଧବାର ପର୍ଯ୍ୟନ୍ତ ବର୍ଷାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଓଡିଶାରୁ ମୌସୁମୀ ଅପସରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର କିଛି ଅଂଶରୁ ବିଦାୟ ନେଇଛି । ରାଜ୍ୟର ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର ଓ ସୁନ୍ଦରଗଡ ଭଳି କିଛି କିଛି ଜିଲ୍ଲାରୁ ମୌସୁମୀ ବିଦାୟ ନେଇଛି । ଆଗାମୀ ୨ରୁ ୩ ଦିନ ମଧ୍ୟରେ ଆଉ କିଛି ଜିଲ୍ଲାରୁ ମୌସୁମୀ ଫେରିବାର ସ୍ଥିତି ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଏପଟେ ରାଜ୍ୟରେ ଆଗାମୀ ୩ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ସତର୍କ କରିଛି ବିଭାଗ । ଆଜି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ଗଜପତି, ଗଞ୍ଜାମ, କନ୍ଧମାଳ ଓ ରାୟଗଡ଼ାରେ ବିଜୁଳି ଘଡଘଡି ସହ ହାଲୁକରୁ ମାଧ୍ୟମ ଧାରଣର ବର୍ଷାକୁ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି । ସେହିପରି 15 ତାରିଖରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ଝଡ଼ି ପବନ ପାଇଁ ଦକ୍ଷିଣ ଓଡ଼ିଶାର 3 ଜିଲ୍ଲା ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଅକ୍ଟୋବରରୁ ଡିସେମ୍ବର ଯାଏ ଲା ନିନା ପରିସ୍ଥିତି ରହିବ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି । ଏହା ଦେଶରେ କଡ଼ା ଶୀତ ସହ ଜଡ଼ିତ, ଯାହା ଓଡ଼ିଶାରେ ଲମ୍ବା ଓ ସାମାନ୍ୟ ଅଧିକ ଥଣ୍ଡା ଶୀତ ଆଣିପାରେ ।
ରିପୋର୍ଟ ଅନୁଯାୟୀ “ଶୀତ ଅତ୍ୟଧିକ କଡ଼ା ହେବ ବୋଲି କହିହେବ ନାହିଁ, କିନ୍ତୁ ସାମାନ୍ୟ ଥଣ୍ଡା ରହିବ । ଲା ନିନାରେ ପ୍ରଶାନ୍ତ ମହାସାଗରର ଜଳ ତାପମାତ୍ରା କମ୍ ରହେ, ହିମପାତ ଅଧିକ ହୁଏ ଓ ପଶ୍ଚିମୀ ଝଡ଼ ଶକ୍ତିଶାଳୀ ହୁଏ । ଏହି ସମୟରେ ତାପମାତ୍ରା ସାଧାରଣଠାରୁ କମ୍ ରହିବ । “ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଓ ତେଲେଙ୍ଗାନାର କିଛି ଅଞ୍ଚଳରୁ ଆଗାମୀ ୨୪ ଘଣ୍ଟା ଭିତରେ ଆହୁରି ପ୍ରତ୍ୟାହାର ହେବାର ଅନୁକୂଳ ପରିସ୍ଥିତି ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ରବିବାର ଜଣାଇଛି । ଅକ୍ଟୋବର ଆରମ୍ଭରେ ଡିପ୍ରେସନ୍ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ଏଥର ମୌସୁମୀ ସାଧାରଣଠାରୁ ଅଧିକ ଦିନ ରହିଛି । ଜୁନ୍ ମାସରୁ ବଙ୍ଗୋପସାଗରରେ ସାଧାରଣ ୧୨-୧୪ଟି ଲଘୁଚାପ ବିପରୀତେ ଏଥର ୧୬ଟି ହୋଇଥିଲା । ଅକ୍ଟୋବର ୧୫ ଯାଏ ରାଜ୍ୟର ବିଚ୍ଛିନ୍ନ ସ୍ଥାନରେ ରାତି ତାପମାତ୍ରା ସାଧାରଣଠାରୁ ୧.୬ ରୁ ୩ ଡିଗ୍ରୀ ସେଲସିଅସ୍ ଅଧିକ ରହିପାରେ । ଅକ୍ଟୋବର ୧୬ ରୁ ୨୨ ଯାଏ ଦେଶର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ସାଧାରଣ କିମ୍ବା ସାମାନ୍ୟ କମ୍ ରହିବ ।












Leave a Reply