ଅକ୍ଷର ବ୍ୟୁରୋ: ସପ୍ତାହେ ହେଲା ପ୍ରବଳ ଜାଡ଼ ଓ ହାଡ଼ଭଙ୍ଗା ଶୀତ କଲବଲ କରୁଛି । ପ୍ରବଳ ଶୀତରେ ଓଡ଼ିଶା ଥରୁଥିବା ବେଳେ ଜି.ଊଦୟଗିରିରେ ତାପମାତ୍ରା ୩ ଡିଗ୍ରୀ ପାଖାପାଖି ରହୁଛି । ଶନିବାର ୧୦ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା । କନ୍ଧମାଳ ଦାରିଙ୍ଗବାଡ଼ିରେ ପ୍ରବଳ ଶୀତ ସାଙ୍ଗକୁ ତୁଷାରପାତ ଦେଖିବାକୁ ମିଳିଛି । ଆଗାମୀ ସପ୍ତାହ ପର୍ଯ୍ୟନ୍ତ ଶୀତ ଲହରିରୁ ନାହିଁ ନିସ୍ତାର । ପାହାଡିଆ ଅଞ୍ଚଳରେ ୫ ଡିଗ୍ରି ତଳେ ରହିପାରେ ତାପମାତ୍ରା । ରାଜ୍ୟର ଅନ୍ୟାନ୍ୟ ସ୍ଥାନ ଗୁଡ଼ିକରେ ମଧ୍ୟ ତଳ ମୁହାଁ ରହିବ ପାରଦ । ଭାରତୀୟ ପାଣିପାଗ ବିଜ୍ଞାନ ଏଭଳି ଆକଳନ କରିଛି । ସକାଳୁ ଘନ କୁହୁଡ଼ି ମଧ୍ୟ ଯାନବାହାନ ଚଳାଚଳରେ ବାଧା ସୃଷ୍ଟି କରୁଛି ।
ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାରେ ହାଡ଼ ଭଙ୍ଗା ଶୀତ ଜାରି ରହିଛି । ରାଉରକେଲା ୮.୨, ଝାରସୁଗୁଡା ୮.୯ ଓ କେନ୍ଦୁଝର ୧୦.୬ ଡିଗ୍ରୀ । ସମ୍ବଲପୁର ୧୧.୮, ହୀରାକୁଦ ୧୩, ଭୁବନେଶ୍ୱର ୧୩.୨ ଡିଗ୍ରୀ, ବାଲେଶ୍ୱର ୧୪.୧, ଚାନ୍ଦବାଲି ୧୫ ଡିଗ୍ରୀ, ପାରାଦୀପ ୧୫.୫ ଡିଗ୍ରୀ ଗୋପାଳପୁର ୧୬ ଡିଗ୍ରୀ ଓ ପୁରୀରେ ତାପମାତ୍ରା ୧୭.୧ ଡିଗ୍ରୀ ରହିଥିଲା । ବିଶେଷ କରି ଥଣ୍ଡା କାରଣରୁ ଧାନ ଅମଳ ସକାଶେ ଅପେକ୍ଷା କରିଥିବା ଚାଷୀ ଅଧିକ ଅସୁବିଧାର ସମ୍ମୁଖୀନ ହଉଥିବା ବେଳେ ରାତି ତମାମ ଖଳାରେ ଶୀତ କାକରରେ ଜଗିକି ରହୁଛନ୍ତି । ପ୍ରବଳ ଜାଡ ଯୋଗୁଁ ନିଆଁ ପୋଇଁ ଲୋକେ ଶୀତ ଦାଉରୁ ରହୁଥିବା ମଧ୍ୟ ଦେଖିବାକୁ ମିଳୁଛି । ଏତେ ଥଣ୍ଡା ସତ୍ୱେ କିଛି ବ୍ୟକ୍ତି ବିଶେଷ ପ୍ରାତଃହ ଭ୍ରମଣରେ ମଧ୍ୟ ଯାଉଛନ୍ତି । ପ୍ରବଳ ଥଣ୍ଡା ଯୋଗୁଁ ପନି ପରିବା ଚାଷ କିଛି ମାତ୍ରାରେ ନଷ୍ଟ ହେବାର ଚାଷୀ ଆକଳନ କରିଛି । ଶୀତ ଯୋଗୁଁ ବଜାର ସନ୍ଧ୍ୟା ୮ଟା ପୂର୍ବରୁ ଶୂନଶାନ ହୋଇଯାଉଛି ।












Leave a Reply