ଚଳିତ ବର୍ଷ ସବୁଠୁ କମ୍ ତାପମାତ୍ରା ରେକର୍ଡ; ଆଗାମୀ ସପ୍ତାହ ପର୍ଯ୍ୟନ୍ତ କୈାଣସି ପରିବର୍ତ୍ତନ ନାହିଁ ।

ଅକ୍ଷର ବ୍ୟୁରୋ: ରାଜ୍ୟରେ ଶୀତର ପ୍ରକୋପ କମିବାର ନାଁ ନେଉନି । ଗତକାଲି କୋରାପୁଟ ଦାମନଯୋଡିରେ ସର୍ବନିମ୍ନ ତାପାମତ୍ରା ୨.୯ ଡିଗ୍ରୀ ରେକର୍ଡ ହୋଇଛି । ପ୍ରଥମ ଥର ପାଇଁ ଚଳିତ ବର୍ଷ ସବୁଠୁ କମ୍ ତାପମାତ୍ରା ରେକର୍ଡ ହୋଇଛି । ଦାମନଯୋଡିରେ ଆଜି ତାପମାତ୍ରା ୨.୯ ଡ଼ିଗ୍ରୀ ରହିଥିବା ବେଳେ ଲମତାପୁଟରେ ୪.୩ ଏବଂ ନନ୍ଦପୁର ଅଞ୍ଚଳରେ ୪.୬ ଏବଂ ସିମିଳିଗୁଡା ଅଞ୍ଚଳରେ ରାତିର ତାପମାତ୍ରା ୫.୫ ଡିଗ୍ରୀ ରହିଛି । ରାଜ୍ୟରେ ୧୦ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ଆଗାମୀ ସପ୍ତାହ ପର୍ଯ୍ୟନ୍ତ ଶୀତର ପ୍ରଭାବରେ କୈାଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଆଗକୁ ବି ଏହା ଜାରି ରହିବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି ।

ସେହିପରି ମଙ୍ଗଳବାର ୧୦ଟି ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ଥିଲା । ୫.୭ ଡିଗ୍ରୀ ସହ ସେମିଳିଗୁଡ଼ା ସବୁଠୁ ଥଣ୍ଡା ଅଞ୍ଚଳ ପାଲଟିଥିଲା । କୋରାପୁଟରେ ୬ଡିଗ୍ରୀ, ଜି ଉଦୟଗିରିରେ ୬.୬, ଝାରସୁଗୁଡ଼ାରେ ୭.୨, ଦାରିଙ୍ଗବାଡ଼ିରେ ୮, ବୌଦ୍ଧରେ ୯.୪, ଚିପିଲିମା, ଅନୁଗୁଳ, ରାୟଗଡ଼ା ଓ ନବରଙ୍ଗପୁରରେ ୧୦ ଡିଗ୍ରୀ ରେକର୍ଡ ହୋଇଛି । ଝାରସୁଗୁଡ଼ାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୪.୫ ଡିଗ୍ରୀ କମ୍ ରେକର୍ଡ ହୋଇଛି । କୋରାପୁଟରେ ସ୍ୱାଭାବିକଠାରୁ ୫.୨, ଅନୁଗୁଳରେ ୩.୫ ଓ ଭୁବନେଶ୍ୱରରେ ୧.୩ ଡିଗ୍ରୀ କମ୍ ରହିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)