ଅକ୍ଷର ବ୍ୟୁରୋ: ରାଜଧାନୀରେ ପୁଣି ଥର୍ ଆତଙ୍କ । ଜୀବନ ନେଲା ଥର୍ । କ୍ୟାପିଟାଲ ହସପିଟାଲ ଛକରେ ଭୟଙ୍କର ଦୁର୍ଘଟଣା । ଦ୍ରୁତ ବେଗରେ ଆସି ବାଇକକୁ ଧକ୍କା ଦେଲା ଥର୍ । ଫଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି । ଏଜି ଛକରୁ ଏୟାରପୋର୍ଟ ଆଡ଼କୁ ଯିବା ବେଳେ ଘଟିଛି ଦୁର୍ଘଟଣା । ଏକ ବୁଲେଟରେ ତିନି ଜଣ ଯାଉଥିବା ଯୁବକଙ୍କୁ ଧକ୍କା ଦେବାରୁ ଡିଭାଇଡର ପିଟିହୋଇ ଜଣଙ୍କ ଜୀବନ ଯାଇଛି । ମୃତ ଯୁବକ ଓଲଡ ଟାଉନ ଅଞ୍ଚଳର । ଆଉ ଦୁଇ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ଘଟାଇବା ପରେ ଥର ଡ଼୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।
ରାଜଧାନୀରେ ପୁଣି ଜୀବନ ନେଲା ଥର୍; ଦ୍ରୁତ ବେଗରେ ଆସି ବାଇକକୁ ଧକ୍କା ଦେଲା ଥର୍, ଘଟଣାସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ।












Leave a Reply