ଅତ୍ୟଧିକ କୁହୁଡି ପାଇଁ ଜନଜୀବନ ପ୍ରଭାବିତ; ଘନ କୁହୁଡି ନେଇ କିଛି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ।

ଅକ୍ଷର ବ୍ୟୁରୋ: ରାଜ୍ୟରେ ଏବେ ରାତି ତାପମାତ୍ରା ବୃଦ୍ଧି ପାଇଥିବାରୁ ଶୀତ ପ୍ରକୋପ ହ୍ରାସ ପାଇଛି । ତେବେ ଅତ୍ୟଧିକ କୁହୁଡି ପାଇଁ ଜନଜୀବନ ପ୍ରଭାବିତ ହେଉଛି । ସୋମବାର ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର ଏବଂ ପୁରୀରେ ଘନ କୁହୁଡି ହେବା ନେଇ ୟେଲୋ ଓ୍ୱାର୍ନିଂ ଜାରି ହୋଇଛି । ସେହିପରି କଟକ, ନୟାଗଡ଼, ବାଲେଶ୍ୱର ଆଦି ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦେଖାଦେବ ବୋଲି ସୂଚନା ଦିଆଯାଇଛି । ରାଜ୍ୟରେ ଆହୁରି ୫ଦିନ ଅର୍ଥାତ୍‌ ୬ ତାରିଖ ପର୍ଯ୍ୟନ୍ତ ଏଭଳି କୁହୁଡି ଦେଖାଦେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମଙ୍ଗଳବାର କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ବାଲେଶ୍ୱର, ଭଦ୍ରକ, ପୁରୀ, ଖୋର୍ଦ୍ଧା ଓ କଟକ, ବୁଧବାର କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ପୁରୀ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ କୁହୁଡି ହେବ ବୋଲି ପୂର୍ବାନୁମାନ କରାଯାଇଛି । ୪/୫ ଦିନ ପରେ ପୁଣି ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବା ନେଇ ଆକଳନ କରାଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)