ଅକ୍ଷର ବ୍ୟୁରୋ: କାର୍ଯ୍ୟରେ ଅବହେଳା ପାଇଁ ୩ ବନ କର୍ମଚାରୀ ସସପେଣ୍ଡ । କେନ୍ଦୁଝର ବନବିଭାଗ ମୁଖ୍ୟାଳୟରେ ଅନୁପସ୍ଥିତି ଓ ଅଗ୍ନି ପରିଚାଳନାରେ ଅବହେଳା ଯୋଗୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କେନ୍ଦୁଝର ଫରେଷ୍ଟର ପ୍ରମୋଦ ବେହେରାଙ୍କୁ ନିଲମ୍ବନ କରାଯାଇଛି । ଏହାସହ ଘଟଗାଁ ଫରେଷ୍ଟର ବିଶ୍ବରଂଜନ ମିଶ୍ର ଓ ଫରେଷ୍ଟ ଗାର୍ଡ ହୃଦାନନ୍ଦ ମହାନ୍ତି ନିଲମ୍ବିତ ହୋଇଛନ୍ତି । ହାତୀମାନଙ୍କ ଦ୍ୱାରା ଫସଲ ହାନିଜନିତ କ୍ଷୟକ୍ଷତି ଆକଳନରେ ମଧ୍ୟ ଅବହେଳା କରିଥିବା ଜଣାପଡିଛି । ଏଥିସହ ଗତକାଲି ଏକ ରିପୋର୍ଟରୁ ଜଣାପଡିଥିଲା ଯେ, ଗ୍ରୀଷ୍ମ ଋତୁ ଆରମ୍ଭ ନହେଉଣୁ ଡରାଇଲାଣି ଜଙ୍ଗଲ ନିଆଁ ଭୟ । ନିଆଁ ଆୟତ୍ତ କରିବା ପାଇଁ ନାକେଦମ ହେଲେଣି ବନବିଭାଗ କର୍ମଚାରୀ । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବନାଞ୍ଚଳ ଅଧିନ ଟାକରା ଫରେଷ୍ଟ ସେକ୍ସନର ବିଭିନ୍ନ ସ୍ଥାନରେ ହୁତୁହୁତୁ ହୋଇ ଜଳୁଛି ନିଆଁ । ଦିନରାତି ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରି ନିଆଁ ଆୟତ୍ତ କରିବାରେ ଲାଗି ପଡିଛନ୍ତି ସ୍ଥାନୀୟ ବନ କର୍ମଚାରୀ । ଏହାସହ ଗାଁକୁ ଗାଁ ବୁଲି ଜନସାଧାରଣଙ୍କୁ ସଚେତନ କରିବା ଦିଗରେ ନିଜର ଉଦ୍ୟମ ଜାରି ରଖିଛନ୍ତି ଟାକରା ବନପାଳ ରାକେଶ କୁମାର ସାହୁ ।
କେନ୍ଦୁଝର ଜଙ୍ଗଲରେ ନିଆଁ; କାର୍ଯ୍ୟରେ ଅବହେଳା ପାଇଁ ୩ବନ କର୍ମଚାରୀ ସସପେଣ୍ଡ ।












Leave a Reply