ଅକ୍ଷର ବ୍ୟୁରୋ: ରାଜଧାନୀରେ ଏବେ ହୋମ ଡେଲିଭରି ସେବା ମିଳିବା ବନ୍ଦ ହୋଇ ଏବେ ଫାଷ୍ଟ କମ୍ ଫାଷ୍ଟ ସର୍ଭିସ୍ ହୋଇଯାଇଛି । ଗ୍ୟାସ୍ ଖାତା ଲାଇନରେ ରଖି ବସୁଛନ୍ତି ଗ୍ରାହକ । ଗ୍ୟାସ୍ ସିଲିଣ୍ଡର ପାଇଁ ରାତିରୁ ଲମ୍ବା ଲାଇନ୍ରେ ବସିଛନ୍ତି ଗ୍ରାହକ । ଖଣ୍ଡଗିରି ଲିଙ୍ଗରାଜ HP ଗ୍ୟାସ ଷ୍ଟେସନ ସାମ୍ନାରେ ଦେଖିବାକୁ ମିଳିଛି ଏପରି କିଛି ଚିତ୍ର । ଖବର ଅନୁଯାୟୀ, ୨୦-୨୫ ଦିନ ହେଲା ଗ୍ୟାସ ବୁକ୍ କରି ଥିଲେ ବି ଗ୍ୟାସ ଡେଲିଭରି ହୋଇପାରିନି । ଘରେ ରୋଷେଇ ପାଇଁ ଗ୍ୟାସ ନାହିଁ । ପ୍ରବଳ ହଇରାଣ ହେଉଛନ୍ତି ଗ୍ରାହକ । ଗ୍ରାହକ ଅଭିଯୋଗ କରିଛନ୍ତି ତାଙ୍କୁ ହୋମ୍ ଡେଲିଭରୀ ମିଳିବା ବନ୍ଦ ହୋଇଯାଇଛି । କିଛି ଗ୍ରାହକ କାଠ ଚୁଲାରେ ରୋଷେଇ କରୁଛନ୍ତି । ଆଉ କିଛି ଗ୍ରାହକ ଖୁଚୁରା ଗ୍ୟାସ ଲିଟର ପିଛା ୧୧୦ ଟଙ୍କା ଦେଇ କଳା ବଜାରରୁ କିଣୁଛନ୍ତି । କିଛି ଗ୍ରାହକଙ୍କୁ ଗୋଦାମ ଯାଇ ଗ୍ୟାସ ଆଣିବାକୁ କୁହାଯାଉଥିବା ବେଳେ ଅନ୍ୟ ଗ୍ରାହକଙ୍କୁ ରାତିରୁ ଲମ୍ବା ଲାଇନରେ ଠିଆ ହେବାକୁ ଗ୍ୟାସ ଡିଷ୍ଟ୍ରିବ୍ୟୁଟର ପକ୍ଷରୁ କୁହାଯାଉଛି । ମୋଟାମୋଟି ଭାବେ ଗ୍ୟାସ ମିଳୁନଥିବା ଦେଖାଯାଇଛି ।
ରାଜଧାନୀରେ ହୋମ ଡେଲିଭରି ଗ୍ୟାସ୍ ସେବା ବନ୍ଦ; ସିଲିଣ୍ଡର ପାଇଁ ରାତିରୁ ଲମ୍ବା ଲାଇନ୍ରେ ଗ୍ରାହକ ।












Leave a Reply