ହାଇଦ୍ରାବାଦରେ ଓଡ଼ିଶା ନିବେଶକ ସମ୍ମିଳନୀର ମେଗା ‘ରୋଡ୍ ଶୋ ‘; ପ୍ରଥମ ଦିନରେ ୩୮,୭୦୦ କୋଟି ଟଙ୍କାର ନିବେଶ ସୁଯୋଗ ।

ଅକ୍ଷର ବ୍ୟୁରୋ: ଆଜି ହାଇଦ୍ରାବାଦରେ ଓଡ଼ିଶା ନିବେଶକ ସମ୍ମିଳନୀର ମେଗା ‘ରୋଡ୍ ଶୋ’ । ପ୍ରଥମ ଦିନରେ ୩୮,୭୦୦ କୋଟି ଟଙ୍କାର ନିବେଶ ସୁଯୋଗ । ସ୍ୱାକ୍ଷରିତ ହୋଇଛି ୧୯ ହଜାର ୨୦୦ କୋଟି ଟଙ୍କାର ୭ଟି Mou । ପ୍ରମୁଖ ଶିଳ୍ପପତିଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆଲୋଚନା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଏହି ରୋଡ୍‌ ଶୋ’ରେ ଯୋଗଦେଇ ପ୍ରମୁଖ ଶିଳ୍ପ ସଂସ୍ଥାର ମୁଖ୍ୟମାନଙ୍କ ସହ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ବିଶେଷ କରି, ଫାର୍ମାସ୍ୟୁଟିକାଲ୍ସ ଓ ମେଡିକାଲ ଉପକରଣ, ଗ୍ରୀନ ଏନର୍ଜି ଓ ଟେକ୍ସଟାଇଲ୍ସ, ଖାଦ୍ୟ ପ୍ରକ୍ରିୟାକରଣ ଓ ଅଟୋମୋବାଇଲ୍ ପାର୍ଟସ୍, ଇଞ୍ଜିନିୟରିଂ ସାମଗ୍ରୀ କ୍ଷେତ୍ରର ପ୍ରତିଷ୍ଠିତ କମ୍ପାନୀଗୁଡ଼ିକ ସହ ଓ୍ବାନ୍‌-ଟୁ-ଓ୍ବାନ୍‌ ଆଲୋଚନା କରିଛନ୍ତି ।

ଏହି ସମ୍ମିଳନୀରେ ସରକାର ଓ ଶିଳ୍ପ ସଂସ୍ଥା ମଧ୍ୟରେ ୧୫ଟି ଗୁରୁତ୍ୱପୂର୍ଣ୍ଣ (G2B) ବୈଠକ ହୋଇଛି । ଏଥିରେ ଇଣ୍ଡୋରାମା ଇଣ୍ଡଷ୍ଟ୍ରିଜ୍, ଜିନ୍ଦଲ ପଲି ଫିଲ୍ମସ, ଏବିଆଇ ସୋୱାଟେକ୍ ଏବଂ ମାରୁତି ଭଳି ବଡ଼ ବଡ଼ କମ୍ପାନୀ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏବଂ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଶିଳ୍ପପତିଙ୍କ ଏହି ଉତ୍ସାହଜନକ ପ୍ରତିକ୍ରିୟା ଓଡ଼ିଶାର ଶିଳ୍ପ ନୀତି ଉପରେ ବିଶ୍ୱାସକୁ ଦର୍ଶାଉଛି । ରାଜ୍ୟରେ ଏକ ସୁଦୃଢ଼ ପରିବେଶ ଏବଂ ନୂତନ ଫାର୍ମାସ୍ୟୁଟିକାଲ୍ ନୀତି ମାଧ୍ୟମରେ ନିବେଶକଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି । ଶୁକ୍ରବାର ମଧ୍ୟ ଏହି ନିବେଶକ ସମ୍ମିଳନୀ ଜାରି ରହିବ, ଯେଉଁଥିରେ ଆହୁରି ଅନେକ ବଡ଼ ଚୁକ୍ତି ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)