ଅକ୍ଷର ବ୍ୟୁରୋ: ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ମ୍ୟାଚ୍ ପାଇଁ ଖୋଲିଲା ଟିକେଟ୍ କାଉଣ୍ଟର । କାଉଣ୍ଟର ଆଗରେ ଟିକେଟ୍ ପାଇଁ ଲାଗିଛି ଲମ୍ବା ଲାଇନ । କାଉଣ୍ଟରରେ ମାତ୍ର ୧୦ ହଜାର ଟିକେଟ ବିକ୍ରି ହେବ । ଏଥିପାଇଁ ଟିକେଟ୍ ପାଇବା ପାଇଁ ୧୨ ଘଣ୍ଟାରୁ ଅଧିକ ସମୟ ଧରି ଅପେକ୍ଷା କରିଛନ୍ତି ଦର୍ଶକ । ଗତକାଲି ସନ୍ଧ୍ୟାରୁ ଫ୍ୟାନ୍ ଟିକେଟ୍ ପାଇଁ ଷ୍ଟାଡିୟମ ବାହାରେ ଜମା ହୋଇଛନ୍ତି । ଦର୍ଶକଙ୍କୁ ନିୟନ୍ତ୍ରଣ କରିବାରେ ପୋଲିସ ନାକେଦମ ହୋଇଥିଲା । ପରିସ୍ଥିତି ଅଣାୟତ ହେବାରୁ ଟିକେଟ୍ କାଉଁଟର ବାହାରେ ବାଉଁଶର ନିୟୋଜିତ ହୋଇଛି । କାଉଣ୍ଟର ଆଗରେ ଅସମ୍ଭାଳ ଭିଡ଼ ଜମିଥିବା ବେଳେ ଫ୍ୟାନଙ୍କ ଭିତରେ ଅସନ୍ତୋଷ ବି ଦେଖିବାକୁ ମିଳିଛି । ତେବେ ଅସମ୍ଭାଳ ଭିଡ଼କୁ ନଜରରେ ରଖି ପୁଲିସ ଲୋକଙ୍କୁ ପର୍ଯ୍ୟାୟକ୍ରମେ ବ୍ୟାରିକେଡ୍ ଭିତରକୁ ଛାଡ଼ିଥିଲା । ଆଜି ମଧ୍ୟ ସମାନ ସ୍ଥିତି ଲାଗି ରହିଛି ।
ବାରବାଟୀ ଷ୍ଟାଡିୟମ ମ୍ୟାଚ୍ ପାଇଁ ଖୋଲିଲା ଟିକେଟ୍ କାଉଣ୍ଟର; କାଉଣ୍ଟର ଆଗରେ ଟିକେଟ୍ ପାଇଁ ଦର୍ଶକଙ୍କ ଲମ୍ବା ଲାଇନ ।












Leave a Reply