ଆଜି ବିଧାନସଭା ବଜେଟ୍‌ ଅଧିବେଶନର ତୃତୀୟ ଦିନ; ସୁରୁଖୁରୁରେ ଚାଲିଛି ଗୃହ ।

ଅକ୍ଷର ବ୍ୟୁରୋ: ଆଜି ବିଧାନସଭା ବଜେଟ୍‌ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟର ତୃତୀୟ ଦିନ । ଆଜି କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ, ସୁକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ସମବାୟ, ବୟନଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ ଭଳି ବିଭାଗର ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଛି । ସେହିଭଳି ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହେବ । ଏହାସହ ଶୁନ୍ୟକାଳରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଉଠାଇବେ ଶାସକ ଓ ବିରୋଧୀ ଦଳ । ତେବେ ୨ୟ ପର୍ଯ୍ୟାୟ ଅଧିବେଶନରେ ବେଶ୍‌ ସୁରୁଖୁରୁରେ ଚାଲିଛି ଗୃହ । ପ୍ରଶ୍ନକାଳରେ ସଦସ୍ୟଙ୍କ ପ୍ରଶ୍ନ ଉତ୍ତର ବିଭାଗୀୟ ମନ୍ତ୍ରୀ ରଖୁଛନ୍ତି । ତେଣୁ ଗତ ୨ ଦିନ ପରି ଆଜି ମଧ୍ୟ ବିଧାନସଭା ବିନା ହଟ୍ଟଗୋଳରେ ଚାଲିବ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)