ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଦିର୍ଘ ୫୭ଦିନ ଧରି ଅହୋରାତ୍ର ଅହୋଦିବସ ଧରି ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷଦ ଗଣଧାରଣାରେ ବସିଥିଲେ । ଆଜି ମୁଖ୍ୟ ପରାମର୍ଶଦାତା ଓ କୋର କମିଟୀର ଅନୁମୋଦନ କ୍ରମେ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲିଥିବା ଗଣ ଧାରଣାକୁ ସାମୁହିକ ଭାବରେ ସ୍ଥଗିତ କରିବା ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଗଲା । ଆଗାମୀ ଦିନରେ କେନ୍ଦ୍ରସରକାର ଓ ରାଜ୍ୟ ସରକାର ଗନ୍ଧମାର୍ଦ୍ଧନ ପାହାଡ଼ ତଥା ପ୍ରାକୃତିକ ପରିବେଶରେ ଖଣିଖୋଲା ର କୌଣସି ନିଷ୍ପତ୍ତି ନେଲେ ପର ଦିନରେ ଘୋର ଆନ୍ଦୋଳନ କରାଯିବ ଆଉ ପରିସ୍ଥିତି ଭୟାଭୟ ହେବ ବୋଲି ଲିଖିତ ଆକାରରେ ଖପ୍ରାଖୋଲ ତହସିଲଦାରଙ୍କ ଜରିଆରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷଦର ସଭ୍ୟମାନେ ତହସିଲ ପରିସରରେ ଗଛ ଲଗାଇ ପରିବେଶର ବାର୍ତ୍ତା ଦେଇ ଧାରଣା ସ୍ଥଗିତ ରଖିଛନ୍ତି ।ଶେଷରେ ଖପ୍ରାଖୋଲ ବିଡିଓଙ୍କୁ ଦାବୀ ପତ୍ର ଦେଇ ଧାରଣା ସ୍ଥଗିତ ରଖି ଓହରିଛନ୍ତି ।
ଖପ୍ରାଖୋଲ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷଦର ଗଣଧାରଣା














Leave a Reply