ଅକ୍ଷର ବ୍ୟୁରୋ: ତେଲ ସରିଯିବା ଗୁଜବ ପରେ ରାଜ୍ୟର ବିଭିନ୍ନ ପେଟ୍ରୋଲ ପମ୍ପରେ କାଲି ରାତିରୁ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି । ତେବେ ଏହାକୁ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ସେ କହିଛନ୍ତି ‘ଯଥେଷ୍ଟ ତେଲ ମହଜୁଦ୍ ଅଛି । ବିଭ୍ରାନ୍ତିକର ତଥ୍ୟ ଉପରେ ବିଶ୍ଵାସ କରନ୍ତୁ ନାହିଁ । କେବଳ ସରକାରୀ ତଥ୍ୟ ଉପରେ ବିଶ୍ଵାସ କରନ୍ତୁ । ଆମ ପାଖରେ ଯଥେଷ୍ଟ ତେଲ ଅଛି, ଆଦୌ ଅସୁବିଧା ହେବନି । କଳାବଜାରୀ ଉପରେ ନଜର ରଖନ୍ତୁ । ଦରକାର ପଡିଲେ ଆକ୍ସନ ନେବୁ । ତେଲ, ନିତ୍ୟ ବ୍ୟବହୃତ ସାମଗ୍ରୀ ଉପରେ ନଜର ରଖିଛୁ । ଭୟଭୀତ ହୁଅନ୍ତୁ ନାହିଁ ‘।
ରାଜ୍ୟରେ ତେଲ ଗୁଜବକୁ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା: ‘ଆମ ପାଖରେ ଯଥେଷ୍ଟ ତେଲ ଅଛି, ଭୟଭୀତ ହୁଅନ୍ତୁ ନାହିଁ ‘।












Leave a Reply